ଲଞ୍ଚ ପୂର୍ବରୁ ସାମ୍ନାକୁ ଆସିଲା Samsung Galaxy S24ର ଲୁକ୍‌ ଓ ଡିଜାଇନ୍‌, ଜାଣନ୍ତୁ କଣ ରହିଛି ଖାସ

Galaxy S24ର ଡିଜାଇନରେ କିଛି ପରିବର୍ତ୍ତନ କରାଯାଇଥିବା ଦେଖାଯାଇଛି । ଫ୍ରଣ୍ଟ୍ ଡିସପ୍ଲେରେ ୬.୧୭-ଇଞ୍ଚ ଫ୍ଲାଟ ପ୍ୟାନେଲ୍ ଥିବାବେଳେ ସାଇଡ୍‌ ଫ୍ରେମରେ ଅନେକ ପରିବର୍ତ୍ତନ ହୋଇଛି । ଫୋନରେ ବର୍ତ୍ତମାନ ଏକ ଫ୍ଲାଟ ଫ୍ରେମ ଡିଜାଇନ କରାଯାଇଛି ।

କିଛି ମାସ ମଧ୍ୟରେ ଲଞ୍ଚ ହେବାକୁ ଥିବା Samsung Galaxy S24 ସିରିଜ୍ ସମସ୍ତଙ୍କୁ ଆକର୍ଷିତ କରୁଛି । ଲଞ୍ଚ ପୂର୍ବରୁ ସିରିଜର ଭାନିଲା ଭର୍ସନର ହାଇ କ୍ୱାଲିଟି ରେଣ୍ଡର ସହିତ Galaxy S24 ଡିଭାଇସର ସମସ୍ତ ଡିଟେଲ୍ସ ବିଷୟରେ ଲୋକପ୍ରିୟ ଟିପଷ୍ଟର @ ଅନ୍ ଲିକ୍ସ ସୂଚନା ଦେଇଛନ୍ତି । Galaxy S24ର ଡିଜାଇନରେ କିଛି ପରିବର୍ତ୍ତନ କରାଯାଇଥିବା ଦେଖାଯାଇଛି । ଫ୍ରଣ୍ଟ୍ ଡିସପ୍ଲେରେ ୬.୧୭-ଇଞ୍ଚ ଫ୍ଲାଟ ପ୍ୟାନେଲ୍ ଥିବାବେଳେ ସାଇଡ୍‌ ଫ୍ରେମରେ ଅନେକ ପରିବର୍ତ୍ତନ ହୋଇଛି । ଫୋନରେ ବର୍ତ୍ତମାନ ଏକ ଫ୍ଲାଟ ଫ୍ରେମ ଡିଜାଇନ କରାଯାଇଛି ।

ଡିଜାଇନରେ ହୋଇଥିବା ଏହି ପରିବର୍ତ୍ତନ ୟୁଜରଙ୍କୁ ଏକ ଭିନ୍ନ ଇନ୍‌-ହ୍ୟାଣ୍ଡ ଏକ୍ସପେରିଏନ୍ସ ଦେବ ବୋଲି ଆଶା କରାଯାଉଛି । ଅନ୍ୟ ଏକ ଡିଜାଇନ ହେଉଛି ସାଇଡରେ ଥିବା UWB (ଅଲ୍ଟ୍ରା-ୱାଇଡବ୍ୟାଣ୍ଡ) ଆଣ୍ଟେନା । ଫୋନର ବ୍ୟାକ ପ୍ୟାନେଲରେ S23 ସିରିଜ ଭଳି ଟ୍ରିପଲ ରିୟର କ୍ୟାମେରା ସେଟ୍‌ ଅପ୍‌ ଦେଖାଯାଇଛି । କିନ୍ତୁ ଏଲଇଡି ଫ୍ଲାସ ସାମାନ୍ୟ ଭିନ୍ନ ନଜର ଆସିଛି । କଲର ଅପ୍ସନ ବିଷୟରେ କହିବାକୁ ଗଲେ ଏହି ଡିଭାଇସ୍ ଧଳା ରଙ୍ଗରେ ସାମ୍ନାକୁ ଆସିଛି ଏବଂ ଏଥିରେ ମ୍ୟାଟ୍ ଫିନିଶ୍ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଫୋନର ଡାଇମେନସନ୍‌ ୧୪୭ x ୭୦.୫ x ୭.୬ ମିମି ଥିବା କୁହାଯାଇଛି ।

. ଡିସପ୍ଲେ: ଫ୍ଲାଗସିପ୍ ଫୋନ୍ Galaxy S24ରେ ଡାଇନାମିକ M13 AMOLED LTPO ପ୍ୟାନେଲ ମଳିବ ବୋଲି ଆଶା କରାଯାଉଛି, ଯେଉଁଥିରେ ୧୨୦ ରିଫ୍ରେସ ରେଟ ରହିବ ।
. ପ୍ରୋସେସର : ଭଲ ପରଫରମାନ୍ସ ପାଇଁ ଡିଭାଇସରେ କ୍ୱାଲକମ୍‌ ସ୍ନାପଡ୍ରାଗନ୍ ୮ ଜେନ ୩ କିମ୍ବା Exynos ୨୪୦୦ ଚିପସେଟ ଲଗାଯାଇ ପାରିବ ।
. ଷ୍ଟୋରେଜ୍: ଷ୍ଟୋରେଜ୍ ମାମଲାରେ ୧୨ GB RAM ଏବଂ ୫୧୨ GB ଇଣ୍ଟରନାଲ ଷ୍ଟୋରେଜ୍ ମିଳିବ ବୋଲି କୁହାଯାଉଛି ।
. କ୍ୟାମେରା: କ୍ୟାମେରା ଫିଚର ବିଷୟରେ କହିବାକୁ ଗଲେ, Galaxy S24 ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ସହିତ ଲ୍ୟାସ ହୋଇପାରିବ । ଯେଉଁଥିରେ ୫୦ ମେଗାପିକ୍ସେଲ ପ୍ରାଇମେରୀ, ୧୨ ମେଗାପିକ୍ସେଲ ଅଲ୍ଟ୍ରା ଓ୍ଵାଇଡ ଏବଂ ୧୦ ମେଗାପିକ୍ସେଲ ଟେଲିଫୋଟୋ ଲେନ୍ସ ୩X ଅପ୍ଟିକାଲ ଜୁମ୍ ଦିଆଯାଇପାରିବ । ଏଥି ସହିତ ସେଲଫି ଏବଂ ଭିଡିଓ କଲିଂ ପାଇଁ ୧୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଲେନ୍ସ ମିଳିବ ବୋଲି ଆଶା କରାଯାଉଛି ।
. ବ୍ୟାଟେରୀ: Galaxy S24ରେ, ୟୁଜରମାନଙ୍କୁ ୪୭୦୦ mAh ବ୍ୟାଟେରୀ ଏବଂ ଲମ୍ବା ବ୍ୟାକଅପ୍ ପାଇଁ ୪୫Wର ଫାଷ୍ଟ ଚାର୍ଜିଂ ସପୋର୍ଟ ପାଇବେ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.