ରିଲ୍‌ କରିବା ନିଶାରେ ଚାଲିଗଲା ନାବାଳକ ଜୀବନ, ହଠାତ୍‌ ମାଡିଗଲା ଟ୍ରେନ

ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଅନେକ ଜୀବନକୁ ନଷ୍ଟ କରିଦେଇଛି । ଲାଇକ୍‌ ଏବଂ ଫଲୋୟର୍ସ ବଢାଇବା ପାଇଁ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଛନ୍ତି । ଉତ୍ତରପ୍ରଦେଶ ବାରବାଙ୍କୀରେ ରିଲ୍‌ କରିବା ଚକ୍କରରେ ନାବାଳିକ ଉପରେ ଟ୍ରେନ ମାଡିଗଲା ।

ଉତ୍ତରପ୍ରଦେଶ ବାରବାଙ୍କୀରେ ରିଲ୍ସ କରିବା ନିଶାରେ ଚାଲିଗଲା ୧୬ ବର୍ଷୀୟ ନାବାଳକଙ୍କ ଜୀବନ । ଟ୍ରେନରେ କଟି ନାବାଳକଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା । ଘଟଣା ବିଷୟରେ ପୋଲିସକୁ ଖବର ମିଳିବ ପରେ ମୃତଦେହକୁ ଜବତ କରି ପରିବାରକୁ ସୂଚନା ଦେଇଛି । ମୃତ୍ୟୁ ପୂର୍ବରୁ ଭିଡିଓ ସାମ୍ନାକୁ ଆସିଛି ।

ଖବର ମୁତାବକ, ଜହାଙ୍ଗୀରବାଦ ବସ୍ତିରେ ଦୌଲତପୁର ଗାଁରେ ମୁନାଙ୍କ ସେଲୁନ ଥିଲା । ତାଙ୍କର ୧୬ ବର୍ଷୀୟ ପୁଅ ଫରମାନ ଗୁରୁବାର ଦିନ ୩ ସାଙ୍ଗ ସହିତ ମିଶି ବାରାଓ୍ଵଫତକୁ ଶୋଭାଯାତ୍ରା ଦେଖିବାକୁ ଯାଇଥିଲା । ଏହି ସମୟରେ ଦାମୋଦରପୁର ଗାଁ ନିକଟରେ ଥିବା ଏକ ଲେଭଲ କ୍ରସିଂରେ ସାଙ୍ଗ ସହିତ ରିଲ ଭିଡିଓ କରୁଥିବା ବେଳେ ଟ୍ରେନ ମାଡି ଯାଇଥିଲା । ଏହି ସମୟର ଭିଡିଓ ସାଙ୍ଗର ମୋବାଇଲରେ ରେକର୍ଡ ହୋଇଛି ।

ତେବେ ସେମାନେ ରିଲ୍‌ କରିବାରେ ଏତେ ବ୍ୟସ୍ତ ଥିଲେ ଯେ, ଟ୍ରେନ ଆସିବା ଜାଣିପାରିନଥିଲେ । ଘଟଣା ସ୍ଥଳରେ ପୋଲିସ ଏବଂ ଜିଆରପି ପହଞ୍ଚି ସୂଚନା ଦେଇଥିଲା । ଏହାପରେ ମୃତଦେହକୁ ଯୁବକଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ତେବେ ପିଲାଟି ୮ମ ଶ୍ରେଣୀରେ ପଢୁଥିଲା । ଆଉ ରିଲ୍ସ କରିବା ନିଶା ଯୋଗୁଁ ଜୀବନ ଚାଲିଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.