‘୧୪ ମିନିଟ୍‌ର ମ୍ୟାଜିକ୍‌…’; ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ସଫା କରିବାର ବଢ଼ିଆ ଟ୍ରିକ୍‌, ଆଜି ଉଦ୍‌ଘାଟନ କରିବେ ଅଶ୍ୱିନୀ ବୈଷ୍ଣବ

ଭାରତୀୟ ରେଲୱେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ନେଇ ବଡ଼ ପଦକ୍ଷେପ ନେଇଛି। ମାତ୍ର ୧୪ ମିନିଟ୍‌ରେ ସଫା ହୋଇଯିବ ପୂରା ଟ୍ରେନ୍‌। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିଲ୍ଲୀର କେଣ୍ଟ୍‌ ରେଲୱେ ଷ୍ଟେସନରେ ଆଜି ଏହାକୁ ଉଦ୍‌ଘାଟନ କରିବାକୁ ଯାଉଛନ୍ତି।

ଭାରତୀୟ ରେଲୱେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ନେଇ ବଡ଼ ପଦକ୍ଷେପ ନେଇଛି। ମାତ୍ର ୧୪ ମିନିଟ୍‌ରେ ସଫା ହୋଇଯିବ ପୂରା ଟ୍ରେନ୍‌। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିଲ୍ଲୀର କେଣ୍ଟ୍‌ ରେଲୱେ ଷ୍ଟେସନରେ ଆଜି ଏହାକୁ ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ କହିଛନ୍ତି ଯେ ଭାରତୀୟ ରେଲୱେ ଅକ୍ଟୋବର ୧ରୁ ଟ୍ରେନ୍‌ଗୁଡ଼ିକର ତ୍ୱରିତ ସଫେଇ ପାଇଁ ‘୧୪ ମିନିଟ୍‌ର ମ୍ୟାଜିକ୍‌’ ଟ୍ରିକ୍‌ ଶୁଭାରମ୍ଭ କରିବ।

ପୂର୍ବରୁ ଯେଉଁ ପ୍ରକ୍ରିୟାରେ ୩ରୁ ୪ ଘଣ୍ଟା ସମୟ ଲାଗୁଥିଲା, ଏବେ ଏହାକୁ ମାତ୍ର ୧୪ ମିନିଟ୍‌ରେ ପୂରା କରାଯାଇ ପାରିବ। ବନ୍ଦେ ଭାରତ ଟ୍ରେନ୍‌ର ପ୍ରତ୍ୟେକ କୋଚ୍‌ର ସଫେଇ ପାଇଁ ୪ ଜଣିଆ କର୍ମଚାରୀ ଟିମ୍‌ ମୁତୟନ ରହିବେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହା ଏକ ନିଆରା ପଦକ୍ଷେପ। ଭାରତୀୟ ରେଲୱେରେ ଏହା ପ୍ରଥମ ଥର ହେବାକୁ ଯାଉଛି।

ଜାପାନର ବୁଲେଟ୍‌ ଟ୍ରେନ୍‌ରୁ ପ୍ରେରିତ ହୋଇ ଭାରତୀୟ ରେଲୱେ ତରଫରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ରେଲୱେ ‘ସ୍ୱଚ୍ଛତା ହିଁ ସେବା’ ନାମରେ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛି। ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ଚାହୁଁଛୁ ୧୪ ମିନିଟ୍‌ରେ ସମସ୍ତ ଟ୍ରେନ୍‌ ସଫା ହୋଇଯାଉ, କିନ୍ତୁ ଏବେ ଏହାକୁ ବନ୍ଦେ ଭାରତରୁ ଆରମ୍ଭ କରୁଛୁ। ବନ୍ଦେ ଭାରତରେ ମୁତୟନ ହେବାକୁ ଥିବା ସଫେଇ କର୍ମଚାରୀଙ୍କୁ ଗୋଟିଏ ମାସରୁ ଅଧିକ ସମୟ ଧରି ପ୍ରଶିକ୍ଷିତ କରାଯାଇଛି ଏବଂ ମକ୍‌ଡ୍ରିଲ ମଧ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.