ଚିଲି ଜଙ୍ଗଲରେ ଭୟଙ୍କର ନିଆଁ: ୧୫୦ରୁ ଅଧିକ ସ୍ଥାନରେ ନିଆଁ, ୧୩ ମୃତ

ଚିଲି ଜଙ୍ଗଳରେ ଭୟଙ୍କର ନିଆଁ । ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଚିଲିର ପ୍ରାୟ ୧୫୦ରୁ ଅଧିକ ସ୍ଥାନରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି । ଏଠାରେ ଥିବା ପ୍ରାୟ ଘର ଜଳି ଛାରଖାର ହୋଇଯାଇଛି । ଜଙ୍ଗଲରେ ନିଆଁଲାଗିବା ଯୋଗୁଁ ବାୟୋବୋ ଅଞ୍ଚଳରେ ଯାଉଥିବା ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ସେମାନେ ଅଲଗା ଅଲଗାରେ ଗାଡିରେ ଯାଉଥିଲେ । ଚିଲିର ଦକ୍ଷିଣ ପ୍ରାନ୍ତରେ ଗ୍ରୀଷ୍ମ ପ୍ରବାହ ପ୍ରବଳ ହେବାରୁ ନିଆଁ ଲାଗିଥିବା ସରକାରୀ ଅଧିକାରୀମାନେ ରିପୋର୍ଟ କରିଛନ୍ତି।

ରାଜଧାନୀ ସାଣ୍ଟିଆଗୋର ଦକ୍ଷିଣକୁ ପ୍ରାୟ ୫୦୦ କିଲୋମିଟର୍ ଦୂରରେ ଥିବା ବାୟୋବୋ ଅଞ୍ଚଳର ସାଣ୍ଟା ଜୁଆନା ନଗରୀରେ ଜଣେ ଦମକଳ ବାହିନୀ କର୍ମଚାରୀଙ୍କ ସମେତ ୧୧ଜଣଙ୍କର ମୃତ୍ୟୁ ଘଟିଥିବା କଥା ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
ଚିଲିର କୃଷିମନ୍ତ୍ରୀ ମଧ୍ୟ ରିପୋର୍ଟ କରିଛନ୍ତି ଯେ, ଦକ୍ଷିଣାଞ୍ଚଳର ଲା ଆରାଉକାନିଆରେ ଜରୁରୀକାଳୀନ ସେବାରେ ନିୟୋଜିତ ଏକ ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟ୍ ଓ ଜଣେ ମେକାନିକଙ୍କର ମୃତ୍ୟୁ ଘଟିଛି।

ତେବେ ଖବର ମୁତାବକ, ଯେଉଁ ୧୫୦ଟି ସ୍ଥାନରେ ନିଆଁ ଲାଗିଛି, ସେଠିକାରୁ ୬୫ ସ୍ଥାନରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ୧୪ ହଜାରର ହେକ୍ଟରରୁ ଅଧିକ ଜଙ୍ଗଲରେ ନିଆଁ ବ୍ୟାପୀ ସାରିଛି ।