ସୁରକ୍ଷା କର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଲା ଲାଲବାହିନୀ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡିରେ ମାଓ କ୍ୟାମ୍ପ ଠାବ। ନର୍ଲା ଥାନା ସମାଝୋଲା ପରଗଲ ସଂରକ୍ଷିତ ଜଙ୍ଗଲରେ CRPF ଓ ପୋଲିସର ମିଳିତ ଅପରେସନ ବେଳେ ସିପିଆଇ ମାଓ କ୍ୟାମ୍ପ ଠାବ ହୋଇଛି। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷାବାହିନୀ । ବଂଶାଧାରା-ଘୁମୁସର-ନାଗାବଳୀ ଡିଭିଜନ ମାଓବାଦୀ କମିଟି ଓ ନିୟମଗିରି ଏରିଆ କମିଟି ସିପିଆଇ ମାଓବାଦୀର କ୍ୟାମ୍ପ ଚାଲିଥିବାବେଳେ କମ୍ବିଂ ଅପରେସନ କରିଥିଲେ ସୁରକ୍ଷାବାହିନୀ । ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଘଟଣାସ୍ଥଳରୁ ଦେଶୀ ବନ୍ଧୁକ, ୯ଟି ଡିଟୋନେଟର, ୧୧ଟି ଜଲେଟିନ୍‌, ମାଓ ବ୍ୟାନର,ମାଓ ପୁସ୍ତକ ଆଦି ଜବତ ହୋଇଛି।

ଏନେଇ କଳାହାଣ୍ଡି ଏସପିଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ସୂଚନା ଦିଆଯାଇଛି । କଳାହାଣ୍ଡି ଏସପି ଅଭିଳାଷ ଜି ଦେଇଥିବା ସୂଚନା ଅନୁଯାୟୀ, ଗତ ଗୁରୁବାର ନର୍ଲା ଥାନା ଅନ୍ତର୍ଗତ ସମାଝୋଲା ପରଗଲ ସଂରକ୍ଷିତ ଜଙ୍ଗଲରେ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ କମିଟି ମାଓବାଦୀ ଓ ନିୟମଗିରି ଏରିଆ କମିଟି ସିପିଆଇ ମାଓବାଦୀର ଏକ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା ।

ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଓ ସିଆର୍‌ପିଏଫ ୬୪ ବାଟାଲିୟନ ପକ୍ଷରୁ ସମାଝୋଲା ପରଗଲ ସଂରକ୍ଷିତ ଜଙ୍ଗଲରେ ଏକ ଆଣ୍ଟି ମାଓ ଅପରେସନ ଲଞ୍ଚ ହୋଇଥିଲା । ଦୀର୍ଘ ସମୟ ଧରି ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ ଚାଲିଥିବା ସମୟରେ ସୁରକ୍ଷା କର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଲାଲବାହିନୀ । ମାଓବାଦୀଙ୍କ ଛତ୍ରଭଙ୍ଗ ପରେ କ୍ୟାମ୍ପ ଠାବ କାରିଥିଲେ ସୁରକ୍ଷା କର୍ମୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.