Below header

ଗୁଜରାଟ ଓ ଛତିଶଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୪ଯାତ୍ରୀ ମୃତ

ବଳରାମପୁର: ଗୁଜରାଟର ମୋରବୀ କ୍ଷେତ୍ର ଏବଂ ଛତିଶଗଡର ବଳରାମପୁର ଜିଲ୍ଲାରେ ଗତ ଶୁକ୍ରବାର ଦିନ ଦୁଇଟି ଅଲଗା-ଅଲଗା ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ କାର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୬ ଜଣ ଲୋକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପାଖ ଡାକ୍ତରଖାନାକୁ ପଠାଇଥିଲେ।

accidentଏଥିସହ ଛତିଶଗଡର ବଳରାମପୁର ଜିଲ୍ଲାରେ ମଧ୍ୟ ଅନ୍ୟ ଏକ ଦୁର୍ଘଟଣା ଘଟିଛି। ଆମେର ଗାଁରେ ଏକ ଭ୍ୟାନରେ ଯାତ୍ରା କରୁଥିବା ସମୟରେ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହେବାରୁ ଘଟଣା ସ୍ଥଳରେ ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ୧୬ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଯାତ୍ରୀମାନଙ୍କ କହିବା ଅନୁଯାୟୀ ଗାଡ଼ି ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇଥିବାରୁ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଥିବା ଯାତ୍ରୀମାନଙ୍କର ଅମ୍ବିକାପୁର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ଏହି ଘଟଣାର ମାମଲା ରୁଜୁ ହେବା ପରେ ଅତିରିକ୍ତ ପୋଲିସ ଅଧିକ୍ଷକ ସର୍ଗୁଜା ଗାଡ଼ି ଚାଳକ ନିଶାଗ୍ରସ୍ତ ଥିଲେ କି ନାହିଁ ତାର ସତ୍ୟତା ଯାଞ୍ଚ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.