Below header

ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା: ଆଜିଠୁ ଜାନୁଆରୀ ୭ ତାରିଖ ଯାଏଁ ମୁମ୍ବାଇରେ ୧୪୪ ଧାରା ଲାଗୁ

ମୁମ୍ବାଇ: ମୁମ୍ବାଇରେ ୧୪୪ ଧାରା ଲାଗୁ। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇରେ ପୁଣି କଟକଣା। ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା । ଆଜିଠୁ ଜାନୁଆରୀ ୭ ତାରିଖ ଯାଏଁ ମୁମ୍ବାଇରେ ୧୪୪ ଧାରା ।

ଏହି ସମୟ ମଧ୍ୟରେ ରେଷ୍ଟୁରାଣ୍ଟ, ହୋଟେଲ, ବାର, ପବ୍‌, ରିସର୍ଟ୍ଟ , କ୍ଲବ ଆଦିରେ ପାଳନ ହୋଇପାରିବନି ନୂଆବର୍ଷ ପାର୍ଟି। ଖୋଲା ସ୍ଥାନରେ ଉତ୍ସବ ମନା। ସର୍ବସାଧାରଣ ସ୍ଥାନରେ ୫ଜଣରୁ ଅଧିକ ଲୋକ ରହିପାରିବେନି। ମୁମ୍ବାଇରେ ଗୋଟିଏ ଦିନରେ ୮୨ ପ୍ରତିଶତ ବଢ଼ିଛି ଦୈନିକ ମାମଲା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୫୧୦ ସଂକ୍ରମିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.