ନେପାଳରେ ଗୋଟିଏ ଘଣ୍ଟାରେ ୨-୨ଟି ଭୂକମ୍ପ: କ୍ଷୟକ୍ଷତି କିଛି ସୂଚନା ମିଳିନାହିଁ

କେନ୍ୟୁଜ୍(ବ୍ୟୁରୋ): ନେପାଳରେ ଗୋଟିଏ ଘଣ୍ଟାରେ ୨-୨ଟି ଭୂକମ୍ପ। ବିଳମ୍ବିତ ରାତିରେ ଥରିଲା ବାଗଲୁଙ୍ଗ ଜିଲ୍ଲାର ଅଧିକାରୀ ଚୌର ଓ ଖୁଙ୍ଗା ଅଞ୍ଚଳ । ପ୍ରଥମ ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୭ ଓ ଦ୍ୱିତୀୟଟିର ୫.୩ ରେକର୍ଡ କରାଯାଇଛି । ନ୍ୟାସନାଲ ଆର୍ଥକ୍ୱେକ୍‌ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଅନୁସାରେ ବିଳମ୍ବିତ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ସ୍ଥାନୀୟ ସମୟ ରାତି ଗୋଟାଏରେ ପ୍ରଥମ ଓ ଏହାର ଠିକ୍‌ ୪୪ ମିନିଟ ପରେ ଆଉ ଏକ ଭୂକମ୍ପ ଝଟକା ଅନୁଭବ କରିଥିଲେ ସ୍ଥାନୀୟ ଅଞ୍ଚଳବାସୀ । ଭୂକମ୍ପ ଦ୍ୱାରା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ମଙ୍ଗଳବାର ଉତ୍ତରାଖଣ୍ଡ ଉତ୍ତରକାଶୀରେ ମଧ୍ୟ ଭୂମିକମ୍ପ ଆସିଥିଲା । ସେହିଭଳି ନେପାଳରେ ଗତ ନଭେମ୍ବର ମାସରେ ୪.୩ ତିବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.