ବିବାହ ଅଛି ମାତ୍ର ୨ ଦିନ, କନ୍ୟାର ସାଙ୍ଗ ସହ ଦୁଷ୍କର୍ମ କଲା ବର, ପୁଣି କହିଲା ଏଭଳି ଲଜ୍ଜାଜନକ କଥା

୨ ଦିନ ପରେ ତାଙ୍କ ବିବାହ ହେବାର ଥିଲା। କିନ୍ତୁ ବିବାହ ପୂର୍ବରୁ ବର ଏମିତି ଲଜ୍ଜାଜନକ କାମ କଲା, ଯାହା କାରଣରୁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଲା। ଘଟଣା ଘଟିଛି ଆମେରିକାର ପୋକୋନାନ୍ସ ସହରରେ। ଜଣାପଡ଼ିଛି, ବିବାହର ୨ ଦିନ ପୂର୍ବରୁ ପ୍ରି-େଓ୍ଵଡିଂ ପାର୍ଟି ଚାଲିଥିଲା। ଏହି ସମୟରେ ବରର ଖରାପ ନଜର ପଡ଼ିଥିଲା କନ୍ୟାର ସାଙ୍ଗ ଉପରେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ କନ୍ୟାର ସାଙ୍ଗ ଜଣକ ନିଶାରେ ଅଛନ୍ତି, ସେତେବେଳେ ସେ ବହୁତ ଖୁସି ହୋଇଗଲେ। ଆଉ ସେହି ମଉକାକୁ ହାତଛଡ଼ା ନ କରି ଯୁବତୀଙ୍କୁ ଦୁଷ୍କର୍ମ କରିଦେଲେ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଘଟଣା ମାସେ ତଳର। ୨୮ ବର୍ଷୀୟ ଡେନିୟଲଙ୍କ ବିବାହ ହେବାର ଥିଲା। ଏହାର ୨ ଦିନ ପୂର୍ବରୁ ଏକ ପ୍ରି-େଓ୍ଵଡିଂ ପାର୍ଟି ରଖାଯାଇଥିଲା। ଡେନିୟଲ୍ ନିଜ ପରିବାର, ସାଙ୍ଗସାଥୀ ଏବଂ ହେବାକୁ ଥିବା ସ୍ତ୍ରୀଙ୍କ ସହିତ ଖୁବ୍ ମସ୍ତି କରିଥିଲେ। ତେବେ ୨୯ ବର୍ଷୀୟା ଉକ୍ତ ଯୁବତୀ ବହୁତ ନିଶାରେ ଥିଲେ। ଯେତେବେଳେ ତାଙ୍କ ନିଶା ଛାଡ଼ିଥିଲା, ତାଙ୍କ ସାମ୍ନାରେ ସେ ସାଙ୍ଗର ସ୍ୱାମୀଙ୍କୁ ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ଜଣାପଡ଼ିଥିଲା, ରାତିରେ ତାଙ୍କ ସହ ଦୁଷ୍କର୍ମ କରାଯାଇଛି।

bride2

ଘଟଣା ବିଷୟରେ କନ୍ୟା ଜାଣିବା ପରେ କପଲଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହୋଇଥିଲା। ଏ ନେଇ କନ୍ୟା ଜଣକ ପୋଲିସରେ ତାଙ୍କ ପାର୍ଟନରଙ୍କ ବିରୋଧରେ ଗମ୍ଭୀର ଅଭିଯାଗ କରିଥିଲେ। ସମସ୍ତ ଦିଗକୁ ତଦନ୍ତ କରି ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିନେଇଛି। କିନ୍ତୁ ପରେ ତାଙ୍କୁ ଜାମିନ୍ ମିଳିଛି।

ତେବେ ଆପଣ ଏହା ଭାବୁଥିବେ ଏହି ଘଟଣା ପରେ ଉଭୟଙ୍କ ବିବାହ ଭାଙ୍ଗିଯାଇଥିବ, କିନ୍ତୁ ସେଭଳି କିଛି ହୋଇନି। ସେପ୍ଟେମ୍ବର ୧ରେ ଦୁହିଁଙ୍କର ବିବାହ ହୋଇଯାଇଛି। କାରଣ, ଏହି ଘଟଣା ପରେ ଜଣାପଡ଼ିଥିଲା। ଯେତେବେଳେ ପୀଡ଼ିତା ଯୁବତୀ ଜଣକ ସେପ୍ଟେମ୍ବର ୨ରେ ହସ୍ପିଟାଲ ଯାଇଥିଲେ ଏବଂ ସେଠାରେ ମେଡିକାଲ୍ ଟେଷ୍ଟ କରାଇଥିଲେ, ସେତେବେଳେ ଘଟଣା ସାମ୍ନାକୁ ଆସିଥିଲା। ୨ ସେପ୍ଟେମ୍ବରରେ ପୋଲିସ ଡେନିୟଲ୍ ଏବଂ ଉକ୍ତ ଯୁବତୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ରେକର୍ଡ କରିଛି। ଏଥିରେ ଡେନିୟଲ୍ କହିଛନ୍ତି, ସେ ଦୁଇଜଣଙ୍କ ଭିତରେ ସେକ୍ସ ହୋଇ ନ ଥିଲା। କିନ୍ତୁ ଯାହା ବି କିଛି ହୋଇଥିଲା, ସେଥିରେ ତାଙ୍କର ଭୁଲ୍ ରହିଛି। ଏଥିପାଇଁ ସେ ଦୁଃଖିତ।

ଏହାସହ ପଢ଼ନ୍ତୁ: କ’ଣ ହୋଇଛି ଏହି ଯୁବତୀଙ୍କୁ, କାନ୍ଦିବା ମାତ୍ରେ ଆରମ୍ଭ ହେଉଛି କଷ୍ଟ, ଡାକ୍ତର ବି ଆଶ୍ଚର୍ଯ୍ୟ!

ଯୁବତୀଙ୍କୁ ଭୁଲ୍ ମାଗି କହିଥିଲେ ଯେ ‘ମୁଁ ପୁଣିଥରେ ତୁମକୁ କ୍ଷମା ମାଗୁଛି। କ’ଣ ଆଜି ଆମେ କନ୍ୟା ପାଇଁ ଖୁସି ହୋଇପାରିବୁନି? ଭୁଲ୍‌କୁ ପଛରେ ଛାଡ଼ି ଆମେ ସେହି ଅଧ୍ୟାୟକୁ ପୂରାପୂରି ବନ୍ଦ କରିଦେବା ଉଚିତ। ମୁଁ ପ୍ରକୃତରେ କନ୍ୟାଙ୍କୁ ବିବାହ କରିବାକୁ ନେଇ ବହୁତ ଖୁସି ଅଛି’। ଏହାସହ ସେ ପୀଡ଼ିତା ଯୁବତୀଙ୍କୁ ଗର୍ଭନିରୋଧକ ବଟିକା ଖାଇବାକୁ ପରାମର୍ଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.