ଆମେରିକା: ଆଖିବୁଜା ଗୁଳିଚାଳନା କରି ଲାଇଭଷ୍ଟ୍ରିମିଂ କରୁଥିଲେ ଯୁବକ, ୨ ମୃତ

ଆମେରିକାର ଟେନେସୀ ପ୍ରାନ୍ତର ମେମ୍ଫିସ୍‌ରେ ଆଖିବୁଜା ଗୁଳିଚାଳନା କରିଥିଲା ଜଣେ ଯୁବକ। ଏହି ଘଟଣାରେ ୨ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଘଟଣା ଘଟାଇବା ପରେ ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି। କିନ୍ତୁ ଯୁବକ ଜଣକ ଏମିତି କାଣ୍ଡ କାହିଁକି କରିଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଗିରଫ କରିଥିବା ଯୁବକଙ୍କୁ ପଚରାଉଚରା କରି ତଦନ୍ତ ଚଳାଇଛି।

ଖବର ମୁତାବକ, ଏଠାରେ ଆଖିବୁଜା ଗୁଳିଚାଳନା କରିଥିବା ଯୁବକଙ୍କ ବୟସ ୧୯ ବର୍ଷ। ପୋଲିସ ତାଙ୍କୁ ଘଟଣା ଘଟାଇବା ପରେ ବହୁତ ପରିଶ୍ରମ କରି ଧରିଛି। ପୋଲିସ କହିବାମୁତାବକ, ଅଭିଯୁକ୍ତ ଯୁବକ ଜଣକ ଘଟଣା ଘଟାଇବା ପରେ ବାରମ୍ବାର ଗାଡି ବଦଳାଉଥିଲା। ତେଣୁ ତାକୁ ଧରିବା ପାଇଁ ପୋଲିସକୁ ସମୟ ଲାଗିଥିଲା। ଆକ୍ରମଣ କରିଥିବା ଯୁବକ ଜଣକ ଗୁଳିଚାଳନା କରିବା ପୂର୍ବରୁ ଫେସବୁକରେ ଲାଇଭ ଷ୍ଟ୍ରିମିଂ କରିଥିଲା। ଏହାପରେ ସୋସିଆଲ ମିଡିଆ ତାଙ୍କୁ ବ୍ଲକ କରିଥିଲା।

ଯୁବକ ଜଣକ ଗୁଳିଚାଳନା କରିବା ପରେ ଚତୁରତାର ସହିତ ପୋଲିସ ଠାରୁ ବଞ୍ଚିବା ପାଇଁ ଅଲଗା ଅଲଗା କାର ଜରିଆରେ ପଳାଇବାକୁ ଚେଷ୍ଟା କରୁଥିଲା। ତା’ ପରେ ପୋଲିସ ଆକ୍ରମଣକାରୀ ଫଟୋ ଜାରି କରିଥିଲା। ଆଉ ସ୍ଥାନୀୟ ନାଗରିକଙକୁ ଅପିଲ କରିଥିଲା କି, ଯିଏବି ଏହି ଅପରାଧୀଙ୍କୁ ଦେଖେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ଅନୁରୋଧ। ତେବେ ଅଭିଯୁକ୍ତକୁ ନ ଧରିବା ଯାଏଁ ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲା ପୋଲିସ। କାଳେ ଲୋକଙ୍କ ଉପରେ ପୁଣିଥରେ ଆକ୍ରମଣ ହୋଇପାରେ ଭାବି ପୋଲିସ ଏପରି ପଦକ୍ଷେପ ନେଇଥିଲା। ଏହାପରେ ପୋଲିସ ଅଭିଯୁକ୍ତକୁ ଧରିଥିଲା। ତେବେ କ’ଣ ପାଇଁ ଯୁବକ ଜଣକ ଏପରି କାଣ୍ଡ ଘଟାଇଥିଲେ, ଆଉ କାହିଁକି ଆଖିବୁଜା ଗୁଳିଚାଳନା କରିଥିଲେ, ତାହାର ଯାଞ୍ଚ କରୁଛି ପୋଲିସ।

ସୂଚନାଯୋଗ୍ୟ, ନିକଟରେ ଜୁଲାଇରେ ଆମେରିକାର ଓ୍ଵାଶିଂଟନ ଡିସିରେ ଏକ ମ୍ୟୁଜିକ କନସର୍ଟରେ ଆଖିବୁଜା ଗୁଳିଚାଳନା ଘଟଣା ଘଟିଥିଲା। ଏଥିରେ ଜଣେ ପିଲାର ମୃତ୍ୟୁ ହୋଇଥିଲା। ଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଥିଲେ । ଜଣେ ଶିଶୁ ମୃତ ସହିତ ୨ ଅନ୍ୟ ନାଗରିକ ଏବଂ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ । ତେବେ ଯେଉଁ ସ୍ଥାନରେ ଗୁଳିକାଣ୍ଡ ହୋଇଛି ସେଠାରୁ ଅଳ୍ପଦୂରରେ ଏକ ମ୍ୟୁଜିକ କନସର୍ଟ ହେଉଥିଲା ।  ଗୁଳିକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ଥିବା ଜଣାପଡିଥିଲା ।

ଆମେରିକାରେ ଲଗାତର ଭାବେ ଗୁଳିମାଡ ଘଟଣା ବଢିବାରେ ଲାଗିଛି । କିଛିଦିନ ତଳେ ଉତ୍ତର ମେରୀଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲେ । ଏହାସହ ଜଣେ ଗୁରୁତର ହୋଇଥିଲେ । ସେହିପରି ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ । ସେହିପରି ଏକ ହସ୍ପିଟାଲରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଏକାଧିକ ମୃତାହତ ହୋଇଥିଲେ । ଆହୁରି ମଧ୍ୟ ଏକ ସପିଂ ମଲ୍ ଓ ଶ୍ମଶାନରେ ଗୁଳିକାଣ୍ଡ ଖବର ଆସିଥିଲା ।

Also Read : ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି କରିବା ମନା, ଏହି ରାଜ୍ୟ ସରକାର ନେଲେ ନିଷ୍ପତ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.