ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି କରିବା ମନା, ଏହି ରାଜ୍ୟ ସରକାର ନେଲେ ନିଷ୍ପତ୍ତି

ଏଥର ଦୀପାବଳିରେ ଫୁଟିବନି ବାଣ। ସରକାର ନେଲେ ଏଭଳି ନିଷ୍ପତ୍ତି। ଦିଲ୍ଲୀରେ ଚଳିତବର୍ଷ ଦୀପାବଳିରେ ବାଣ ଫୁଟିବନି ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଦିଲ୍ଲୀ ସରକାର ବାଣ ବିକ୍ରି ଏବଂ ବ୍ୟବହାର କରିବା ବ୍ୟାନ୍‌ କରିଥିଲା। ଏବେ ଏହାର ଅବଧିକୁ ଜାନୁଆରୀ ୧, ୨୦୨୩ ପର୍ଯ୍ୟନ୍ତ ବଢାଇଦିଆଯାଇଛି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। କେବଳ ବାହାରେ ନୁହେଁ ବରଂ ଅନଲାଇନରେ ମଧ୍ୟ ବାଣ ବିକ୍ରି ଏବଂ ଡେଲିଭରୀ ଉପରେ ରୋକ୍‌ ଲଗାଯାଇଛି।

ଦିଲ୍ଲୀ ସରକାରରେ ଥିବା ରାଜ୍ୟର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବାଣ ବିକ୍ରି ଉପରେ ରୋକ୍‌ ଲଗାଇଛନ୍ତି। ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ପ୍ରଦୂଷଣ ବଢୁଥିବା ଯୋଗୁଁ ବିପଦ ରହିଛି, ତେଣୁ ବ୍ୟାନ୍‌ କରାଯାଇଛି। ଏହି ନିୟମକୁ କଠୋର ଭାବେ ପାଳନ କରାଯିବ। ଏଥିପାଇଁ ଦିଲ୍ଲୀ ପୋଲିସର ସହାୟତା ନିଆଯିବ। ଏହାସହିତ ଅଫଲାଇନ ବାଣ ବିକ୍ରି କିମ୍ବା ଅନଲାଇନ ବିକ୍ରି ଉପରେ ରୋକ୍‌ ଲଗାଯାଇଛି।

ଗୋପାଳ ରାୟ ଟ୍ଵିଟ୍‌ କରି କହିଛନ୍ତି, ‘ଦିଲ୍ଲୀରେ ଲୋକଙ୍କୁ ପ୍ରଦୂଷଣରୁ ରୋକିବା ପାଇଁ ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଣ ତିଆରି, ବିକ୍ରି, ବ୍ୟବହାର ଉପରେ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି। ଏମିତି କରିବା ଦ୍ୱାରା ଲୋକଙ୍କ ଜୀବନ ବଞ୍ଚିପାରିବ। ଏଥର ଦିଲ୍ଲୀରେ ବାଣ ବିକ୍ରି ଅନଲାଇନରେ ମଧ୍ୟ ହୋଇପାରିବ ନାହିଁ। ଏହି ବ୍ୟାନ୍‌ ଜାନୁଆରୀ ୧, ୨୦୨୩ ପର୍ଯ୍ୟନ୍ତ ରହିବ। ଏହି ନିୟମକୁ ପାଳନ ନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ୱ ବିଭାଗର ସହିତ ମିଶି ଯୋଜନା କରାଯିବ।

ସୂଚନାଯୋଗ୍ୟ, ଦିଲ୍ଲୀର ପ୍ରତିବର୍ଷ ଶୀତଦିନ ଆରମ୍ଭ ହେବା ମାତ୍ରେ ବାୟୁ ପ୍ରଦୂଷଣ ବଢିଯାଏ। ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ପ୍ରଦୂଷଣର ସ୍ତର ରେକର୍ଡ ପାର କରେ। ତେଣୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଏପରି ନିୟମ କରାଯାଇଛି।

Also Read : ଅବକାରୀ ନୀତି ସ୍କାମ ମାମଲାରେ ରାଜଧାନୀ ସମେତ ୩୦ଟି ସ୍ଥାନରେ ଇଡିର ଚଢାଉ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.