Below header

ଅବକାରୀ ନୀତି ସ୍କାମ ମାମଲାରେ ରାଜଧାନୀ ସମେତ ୩୦ଟି ସ୍ଥାନରେ ଇଡିର ଚଢାଉ

ଦିଲ୍ଲୀରେ ଅବକାରୀ ନୀତି ସ୍କାମ ମାମଲାରେ ଚଢାଉ ପ୍ରକ୍ରିୟା ଜାରି ରଖିଛି ଇଡି । ଆଜି ଇଡି ପକ୍ଷରୁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ୩୦ ଟି ସ୍ଥାନରେ ଚଢ଼ାଉ କରିଛି। ଦିଲ୍ଲୀ ବ୍ୟତୀତ ଗୁରୁଗ୍ରାମ, ଲକ୍ଷ୍ନୌ, ହାଇଦ୍ରାବାଦ, ମୁମ୍ବାଇ ଏବଂ ବାଙ୍ଗାଲୋର, ଚଣ୍ଡୀଗଡରେ ଇଡି ଚଢ଼ାଉ କରିଛି। ମଦ ବ୍ୟବସାୟୀମାନଙ୍କ ଉପରେ ଇଡି ତାର ଚଢ଼ାଉ ଜାରି ରଖିଛି । ସୂଚନାଯୋଗ୍ୟ, ଇଡି ଦିଲ୍ଲୀ ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ଚଢାଉ କରିଛି। ପାଖାପାଖି ୩୦ ଟି ସ୍ଥାନରେ ଚଢାଉ କରିଥିବା ସୂଚନା ମିଳିଛି। ତେବେ ମନିଷ ସିସୋଦିଆଙ୍କ ଆବାସରେ କୌଣସି ଚଢାଉ କରିନାହିଁ। ସେପ୍ଟେମ୍ବର ୧ ରୁ ରାଜ୍ୟରେ ପୁରୁଣା ମଦ ନୀତି ପୁନଃକାର୍ଯ୍ୟକାରୀ ହୋଇଛି। ନୂତନ ଲାଇସେନ୍ସ ଲାଗୁ ହେବା ପୂର୍ବରୁ ଅନେକ ଲାଇସେନ୍ସଧାରୀ ସେମାନଙ୍କର ଲାଇସେନ୍ସ ସମର୍ପଣ କରିଛନ୍ତି।

ସୂଚନା ମୁତାବକ, ଇଡି ଟିମ୍‌ ଦିଲ୍ଲୀ ସ୍ଥିତ ଜୋରବାଗ ମଧ୍ୟ ଯାଇ ଚଢାଉ କରିଛି। ଇଡି ଏଠାରେ ସମୀର ମହେନ୍ଦ୍ରୁଙ୍କ ଘରେ ଚଢାଉ କରିଥିଲା। ସମୀର ହେଉଛନ୍ତି ମିସେସ ଇଣ୍ଡୋ ସ୍ପ୍ରିଟସର ଏମଡି। ସମୀର ୧ କୋଟି ଟଙ୍କା ମିସେସ ରାଧା ଇଣ୍ଡଷ୍ଟ୍ରୀଜର ରାଜେନ୍ଦ୍ର ପ୍ଲେସ ସ୍ଥିତି ୟୁକୋ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ତେବେ ଏହି ଚଢାଉ ଇଡି କିଛି ପ୍ରାଇଭେଟ ଲୋକଙ୍କ ଉପରେ କରିଥିଲା।

ପୂର୍ବରୁ ଦିଲ୍ଲୀର କେଜ୍ରିୱାଲ ସରକାର ଏକ ନୂଆ ମଦ ନୀତି ଆଣିଥିଲେ। ଏହି ନୀତି ପ୍ରଣୟନ ପରେ ଦିଲ୍ଲୀର ମଦ ବ୍ୟବସାୟୀମାନେ ରିହାତି ମୂଲ୍ୟରେ ଗ୍ରାହକଙ୍କୁ ମଦ ବିକ୍ରି କରୁଥିଲେ। ଅନେକ ସ୍ଥାନରେ ଗୋଟିଏ ବୋତଲ କିଣିବା ସମୟରେ ଅନ୍ୟଟିକୁ ମାଗଣାରେ ଦିଆଯାଉଥିଲା । ଏକ୍ସାଇଜ୍ ପଲିସି ୨୦୨୧-୨୨ ହେତୁ ଯେତେବେଳେ ଦିଲ୍ଲୀର ମଦ ଦୋକାନ ସଂଖ୍ୟା ପ୍ରାୟ ୬୫୦ ରେ ପହଞ୍ଚିଥିଲା। ତଦନ୍ତକାରୀ ଏଜେନ୍ସୀ ନୂତନ ମଦ ନୀତିରେ ଏକ ଘୋଟାଲା ଦାବି କରିଛି, ଏହା ପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍‌ସେନା ସିବିଆଇ ତଦନ୍ତ ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ଦିଲ୍ଲୀ ସରକାର ଏକ୍ସାଇଜ୍ ପଲିସି ୨୦୨୧-୨୨ ପ୍ରତ୍ୟାହାର କରିନେଲେ।

ସୂଚନାଯୋଗ୍ୟ, ତେବେ ଏହାକୁ ନେଇ ଗତ କିଛିଦିନ ତଳେ ମନିଷ ସିସୋସିଆଙ୍କ ଘରେ ଇଡିର ଚଢାଉ ହୋଇଥିଲା। ପରେ ସିସୋସିଆ ଏବଂ ୧୪ ଜଣଙ୍କ ନାମରେ ଲୁକଆଉଟ୍‌ ସର୍କୁଲାର ଜାରି କରିଥିଲା ସିବିଆଇ। ଏହି ସର୍କୁଲାରରେ ସମସ୍ତ ଅଭିଯୁକ୍ତଙ୍କ ନାମ ରହିଥିଲା। ଏହି ସର୍କୁଲାର ଜାରି ପରେ ସିସୋଦିଆ ସହର ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ। ଯଦି ସେମାନେ ଏପରି କରନ୍ତି, ତେବେ ସେମାନଙ୍କ ଗିରଫ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। ଯାହାଆଧାରରେ ସିବିଆଉ ଚଢାଉ କରିଥିଲା।
ଏହି ଲୁକ୍‌ଆଇଟ୍‌ ସର୍କୁଲାର ଜାରି ହେବା ପରେ ମନିଷ ସିସୋଦିଆ ଏକ ପ୍ରେସ କନଫରେନ୍ସ କରିଥିଲେ। ଯେଉଁଥିରେ ସେ ଗିରଫ ହେବା ନେଇ ଆଶଙ୍କା ପ୍ରକାଶ କରିଥିଲେ।ସେ କହିଥିଲେ ଯେ, ଦିଲ୍ଲୀ ସରକାର ଶିକ୍ଷାର ବିକାଶ ଉପରେ କାର୍ଯ୍ୟ କରିବାକୁ ଚାହାନ୍ତି। ଯେଉଁଥିପାଇଁ ଗତ ଦୁଇରୁ ତିନି ଦିନ ଧରି ତାଙ୍କ ଘରେ ସିବିଆଇ ଚଢଉ କରୁଛି।

Also Read : ମନିଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ନାମରେ ଲୁକ୍ ଆଉଟ୍ ସର୍କୁଲାର ଜାରି କଲା ସିବିଆଇ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.