ଆପଣ ବି ତକିଆ ତଳେ ଫୋନ୍‌ ରଖି ଶୋଉଛନ୍ତି କି? ତାହେଲେ ନିଶ୍ଚୟ ପଢ଼ନ୍ତୁ

ଆମ ମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ଏମିତି ଅଭ୍ୟାସ ରହିଛି ଯେ ଶୋଇବା ସମୟରେ ତକିଆ ତଳେ ଫୋନ୍‌ ରଖି ଶୋଇବା। ଏମିତି କରିବାର ଅନେକ କାରଣ ରହିଛି ଯେଉଁଥିରେ ନିଦ ଆସିବା ପରେ ବି ଫୋନ୍‌ ଦେଖି ଶୋଇବା। ଆମକୁ ନିଦ ଆସୁଥାଏ କିନ୍ତୁ ଆମେ ଦେଖୁଥାନ୍ତି। ଏହାପରେ ନିଦ ଆସିଲେ ଫୋନକୁ ତକିଆ ତଳେ ରଖି ଶୋଇ ପଡନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଏମିତି କରିବା କେତେ ଖତରନାକ। ଯଦି ଆପଣ ଏହା ବିଷୟରେ ଜାଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ ଯେ ତକିଆ ତଳେ ଫୋନ୍‌ ରଖି ଶୋଇବା ଦ୍ୱାରା ଆପଣ କେତେ ବଡ ସମସ୍ୟାକୁ ସାମ୍ନା କରିପାରନ୍ତି।

କିଛି ଲୋକ ଭାବନ୍ତି ଯେ ମୋବାଇଲ ଫୋନରୁ ବାହାରୁଥିବା ରେଡିଏସନ୍‌ ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିପାରେ। ଆଉ ଏକ ବଡ କାରଣ କଣ ଜାଣନ୍ତି ତକିଆ ତଳେ ଫୋନ୍‌ ରଖି ଶୋଇବା ଦ୍ୱାରା ଆପଣଙ୍କ ମସ୍ତିସ୍କରେ ସେଲୁଲାର ଲେବଲ କମ୍‌ ହୋଇଯାଇପାରେ।

sleepଆମେ ସମସ୍ତେ ବହୁତ ଏମିତି କଥା ଶୁଣିଛନ୍ତି ଯେଉଁଠି ଫୋନ୍‌ ଓଭରହିଟ ହେବା ଦ୍ୱାରା ଫୋନ୍‌ ବ୍ଲାଷ୍ଟ ହୋଇଥାଏ। ଏହା ବାସ୍ତବରେ ବହୁତ କ୍ଷତିକାରକ। ବହୁତ ଲୋକ ନିଜ ଫୋନକୁ ଚାର୍ଜିଙ୍ଗରେ ଲଗାଇ ଶୋଇ ପଡନ୍ତି ଆଉ ସକାଳେ ଫୁଲ ବ୍ୟାଟେରୀ ହୋଇଯାଏ। ଏମିତି କରିବା ମଧ୍ୟ ଖତରନାକ ହୋଇପାରେ। କାହିଁକିନା ଅନେକ ଲୋକ ରାତିରେ ଫୋନକୁ ଚାର୍ଜ ବସାଇ ତକିଆ ତଳେ ବି ରଖିଦିଅନ୍ତି।

ସାବଧାନ ଏହା ଅତି ବିପଦଜନ୍ନକ ହୋଇପାରେ। ଯଦି ଫୋନକୁ ତକିଆ ତଳେ ରଖାଯାଏ ତାହେଲେ ଫୋନ୍‌ ଓଭରହିଟ ହେବା ସୁନିଶ୍ଚିତ। ଏହାସହିତ ଏକ୍ସଟର୍ନାଲ ଫୋର୍ସ ମଧ୍ୟ ଲାଗିଥାଏ। ଅନେକ ଘଟଣା ଏମିତି ଦେଖିବାକୁ ମିଳେ ଯେ ଯେଉଁଥିରେ ଏକ୍ସଟର୍ନାଲ ଫୋର୍ସ ଲାଗିବା କାରଣରୁ ଫୋନରେ ବ୍ଲାଷ୍ଟ ହୋଇଥାଏ।

ଚାର୍ଜିଙ୍ଗ ସମୟରେ ଚାର୍ଜର ଏବଂ ଫୋନ ଗରମ ହୋଇଯାଇଥାଏ। ଯେଉଁ କାରଣରୁ ଫୋନରେ ନିଆଁ ମଧ୍ୟ ଲାଗିଯାଇପାରେ ଏବଂ ଅଚାନକ ବ୍ଲାଷ୍ଟ ବି ହୋଇପାରେ। ଯଦି ଆପଣ ଫୋନର ଅରିଜିନାଲ ଚାର୍ଜର ଛାଡି ଅଲଗା ଚାର୍ଜର ବ୍ୟବହାର କରନ୍ତି ତାହେଲେ ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ପ୍ରମାଣିତ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.