ଅଙ୍ଗନବାଡି ଚାକିରି ଦେବା ନାଁରେ ୨୦ ଜଣ ମହିଳାଙ୍କ ସହିତ ଦୁଷ୍କର୍ମ, ଭିଡିଓ କରି ବ୍ଲାକମେଲ୍‌ କରୁଛି ଅଭିଯୁକ୍ତ

ଅଙ୍ଗନବାଡିରେ ଚାକିରି ଦେବା ନାଁରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।  ପାଖାପାଖି ୨୦ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । କେବଳ ସେତିକି ନୁହେଁ ଗଣଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ସୁଟ୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ରାଜସ୍ଥାନର ସିରୋହୀରେ ଲଜ୍ଜ୍ୟାଜନକ ଘଟଣା ।

ରାଜସ୍ଥାନର ସିରୋହୀରେ ଲଜ୍ଜ୍ୟାଜନକ ଘଟଣା । ଅଙ୍ଗନବାଡିରେ ଚାକିରି ଦେବା ନାଁରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।  ପାଖାପାଖି ୨୦ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । କେବଳ ସେତିକି ନୁହେଁ ଗଣଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ସୁଟ୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ଦାୟର କରି ତଦନ୍ତ ଆରମ୍ଭ କରିଛି ।

ମହିଳାଙ୍କ ଅଭିଯୋଗ ମୁତାବକ, ଅଙ୍ଗନବାଡିରେ ଚାକିରି ଦେବା ନାଁରେ ମ୍ୟୁନିସିପାଲିଟି ପରିଷଦ ଅଧ୍ୟକ୍ଷ ଓ କମିଶନର ମିଶି ତାଙ୍କୁ ଏବଂ ଅନ୍ୟ ୧୫ରୁ ୨୦ଜଣ ମହିଳାଙ୍କୁ ପ୍ରଲୋଭନ ଦେଖାଇ ଡାକିଥିଲେ । ଏହାପରେ ଗଣଦୁଷ୍କର୍ମ କରାଯାଇଥିଲା । କେବଳ ସେତିକି ନୁହେଁ ଏହି ଘଟଣାର ଭିଡିଓ କରି ମହିଳାଙ୍କୁ ବ୍ଲାକମେଲ କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।

ରାଜସ୍ଥାନର ସିରୋହୀ ମ୍ୟୁନିସିପାଲିଟି ପରିଷଦ ଅଧ୍ୟକ୍ଷ ମହେନ୍ଦ୍ର ମେୱାଡ ଏବଂ ତତ୍କାଳୀନ କମିଶନର ମହେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି । ରାଜସ୍ଥାନ ପାଲି ଜିଲ୍ଲାର ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ସିରୋହୀ ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏହି ଘଟଣାରେ ରାଜସ୍ଥାନର ବିଭିନ୍ନ ଥାନାରେ ୮ଟି ମାମଲା ରୁଜୁ ହୋଇଛି । ଏବେ ଅଭିଯୁକ୍ତମାନେ ପୂରା ଘଟଣାର ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ବ୍ଲାକମେଲ କରୁଛନ୍ତି । ମହିଳାଙ୍କୁ ପାଞ୍ଚ ଲକ୍ଷ ଲେଖାଏଁ ମାଗୁଛନ୍ତି ।

ଏହି ମାମଲାର ତଦନ୍ତ କରୁଥିବା ଡିଓ୍ୱାଇଏସ୍ପି ପାରସ ଚୌଧୁରୀ କହିଛନ୍ତି, ପୂର୍ବରୁ ମଧ୍ୟ ଏହି ମହିଳାମାନେ ସିରୋହି ମହିଳା ଥାନାରେ ଅଭିଯୋଗ କରିଥିଲେ। ପରେ ଏହା ମିଥ୍ୟା ପ୍ରମାଣିତ ହୋଇଥିଲା । ତେବେ ଏହି ମାମଲାର ତଦନ୍ତ କରୁଛି ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.