ଦିଲ୍ଲୀରେ ମ୍ୟାରେଜ୍‌ ଆନିଭର୍ସାରୀ ସେଲିବ୍ରେସନ୍‌ କଲେ କିଆରା ଓ ସିଦ୍ଧାର୍ଥ, ଭାଇରାଲ ହେଉଛି ପାର୍ଟିର ଭିଡିଓ

କିଆରା ଓ ସିଦ୍ଧାର୍ଥଙ୍କ ପ୍ରଥମ ବିବାହ ବାର୍ଷିକୀର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ନିଜ ପରିବାର ସହିତ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ତେବେ ବଲିଉଡର ଲୋକପ୍ରିୟ ଦମ୍ପତି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ କିଛି ଦିନ ପୂର୍ବରୁ ଦିଲ୍ଲୀରେ ନଜର ଆସିଥିଲେ ।

କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ଦିଲ୍ଲୀରେ ସେମାନଙ୍କର ଫାଷ୍ଟ ମ୍ୟାରେଜ୍‌ ଆନିଭର୍ସାରୀ ସେଲିବ୍ରେସନ୍‌ କରିଛନ୍ତି । ଏବେ ସିଡ୍ ଓ କିଆରଙ୍କ ପାର୍ଟିର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦମ୍ପତି ନିଜ ପରିବାର ସହିତ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏପରି ଭାବେ କିଆରା ଓ ସିଦ୍ଧାର୍ଥଙ୍କ ପ୍ରଥମ ବିବାହ ବାର୍ଷିକୀର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ନିଜ ପରିବାର ସହିତ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ତେବେ ବଲିଉଡର ଲୋକପ୍ରିୟ ଦମ୍ପତି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ କିଛି ଦିନ ପୂର୍ବରୁ ଦିଲ୍ଲୀରେ ନଜର ଆସିଥିଲେ । ଏପରି ଭାବେ ଏହି ଦମ୍ପତି ତାଙ୍କ ବିବାହ ବାର୍ଷିକ ସେଲିବ୍ରେସନ୍‌ ପରେ ଭାଲେଣ୍ଟାଇନ୍ ଡେ ପୂର୍ବରୁ ଛୁଟିରେ ଯାଉଥିବାର ନଜର ଆସିଥିଲେ ।

କିଆରା ଓ ସିଦ୍ଧାର୍ଥଙ୍କ ପ୍ରଥମ ବିବାହ ବାର୍ଷିକୀର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦମ୍ପତି ସେଲଫି ଭିଡିଓ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଛି । ଏହି ଦମ୍ପତିଙ୍କୁ ସେମାନଙ୍କର ବନ୍ଧୁ ଏବଂ ପରିବାର ସଦସ୍ୟ ମଧ୍ୟ ଘେରି ରହିଥିବାର ଦେଖିବାକୁ ମିଳିଛି । ଫେବୃଆରୀ ୭, ୨୦୨୩ ରେ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦମ୍ପତି ରାଜସ୍ଥାନରେ ବିବାହ କରିଥିଲେ ।

ବଲିଉଡର ଲୋକପ୍ରିୟ ଦମ୍ପତି କିଆରା ଓ ସିଦ୍ଧାର୍ଥ ଏକ ପାରମ୍ପାରିକ ହିନ୍ଦୁ ସମାରୋହରେ ରାଜସ୍ଥାନ ସୂର୍ଯ୍ୟଗଡ ପ୍ୟାଲେସରେ ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ବିବାହ କରିଥିଲେ । କିଆରା ଆଡଭାନୀ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହ ତାଙ୍କ ବିବାହ ବାର୍ଷିକର ଫଟୋ ସେୟାର କରିଥିଲେ । ବଲିଉଡରୁ ସାଉଥ ସିନେମା ପର୍ଯ୍ୟନ୍ତ ଅନେକ ଷ୍ଟାର ସିଦ୍ଧାର୍ଥ ଓ କିଆରାଙ୍କୁ ବିବାହ ବାର୍ଷିକରେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ‘instantbollywood’ରେ ଏହି ଭିଡିଓ ଦେଖିବାକୁ ମିଳିଥିଲା ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ କିଆରା ଆଡଭାନୀ ଖୁବ୍ ଶୀଘ୍ର ରାମ ଚରଣଙ୍କ ସହ ଫିଲ୍ମ ‘ଗେମ୍ ଚେଞ୍ଜର’ରେ ନଜର ଆସିବେ । ଏହା ବ୍ୟତୀତ ତାଙ୍କୁ ରଣବୀର ସିଂଙ୍କ ସହ ଫିଲ୍ମ ‘ଡନ୍’ରେ ଦେଖିବାକୁ ମିଳିପାରେ । କିନ୍ତୁ ଏନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ । ଅନ୍ୟପକ୍ଷରେ ସିଦ୍ଧାର୍ଥଙ୍କୁ ୱେବ୍ ସିରିଜ୍ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’ରେ ଦେଖିବାକୁ ମିଳିଥିଲା । ଖୁବ୍ ଶୀଘ୍ର ଫିଲ୍ମ ‘ଯୋଧ’ ରେ ଦେଖିବାକୁ ମିଳିପାରେ ।

 

View this post on Instagram

 

A post shared by Instant Bollywood (@instantbollywood)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.