ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଲାଗୁ, ‘ଦିଲ୍ଲୀ ପଦଯାତ୍ରା’ ଘୋଷଣା କଲେ କୃଷକ

ଦିଲ୍ଲୀରେ ଆସନ୍ତା ଏକ ମାସ ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ଏହାପୂର୍ବରୁ ପୋଲିସ ଦିଲ୍ଲୀ ସୀମାରେ ୧୪୪ ଧାରା ଲାଗୁ କରିଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସମଗ୍ର ସହରରେ ଲାଗୁ କରିବାକୁ ଘୋଷଣା କରାଯାଇଛି । କୃଷକମାନଙ୍କ 'ଦିଲ୍ଲୀ ମାର୍ଚ୍ଚ' ଘୋଷଣା ପରେ ପୋଲିସ ଏହି ନିଷ୍ପତ୍ତି ନେଇଛି ।

ଦିଲ୍ଲୀରେ ଆସନ୍ତା ଏକ ମାସ ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ଏହାପୂର୍ବରୁ ପୋଲିସ ଦିଲ୍ଲୀ ସୀମାରେ ୧୪୪ ଧାରା ଲାଗୁ କରିଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସମଗ୍ର ସହରରେ ଲାଗୁ କରିବାକୁ ଘୋଷଣା କରାଯାଇଛି । କୃଷକମାନଙ୍କ ‘ଦିଲ୍ଲୀ ମାର୍ଚ୍ଚ’ ଘୋଷଣା ପରେ ପୋଲିସ ଏହି ନିଷ୍ପତ୍ତି ନେଇଛି ।

ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୀମାକୁ ବ୍ୟାରିକେଡ୍‌ରେ ବନ୍ଦ କରି ଦିଆଯାଇଛି । ଧାରା ୧୪୪ ଲାଗୁ ହେଲେ, ଅଞ୍ଚଳରେ ୫ କିମ୍ବା ଏହାଠୁ ଅଧିକ ଲୋକ ଏକାଠି ଜମା ହୋଇପାରିବେ ନାହିଁ । ବର୍ତ୍ତମାନ ଦିଲ୍ଲୀର କୌଣସି ବି ସ୍ଥାନରେ ୫ କିମ୍ବା ଏହାଠୁ ଅଧିକ ଲୋକଙ୍କ ସମାବେଶ ନିଷେଧ ରହିବ । ଯଦିଓ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପୋଲିସଠାରୁ ଅନୁମତି ନେବାକୁ ପଡ଼ିବ । ପୋଲିସର ଅନୁମତି ପରେ ହିଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ।

କୃଷକଙ୍କ ପଦଯାତ୍ରାକୁ ଦୃଷ୍ଟିରେ ରଖି ପୋଲିସ ଟ୍ରାଫିକ ଆଡ୍‌ଭାଇଜରୀ ଜାରି କରିଛି । ସୂଚନା ମୁତାବକ, ସିଙ୍ଘୁ ସୀମାରେ ସୋମବାରଠାରୁ ବ୍ୟବସାୟିକ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିବ । ମଙ୍ଗଳବାର ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରାଯିବ ଏବଂ ସିଙ୍ଘ ସୀମାରୁ କୌଣସି ପ୍ରକାର ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.