ମଥୁରା : ଚଳନ୍ତା ବସରେ ନିଆଁ ଲାଗିବା ପରେ ପଛରୁ ଧକ୍କା ହେଲା କାର, ୫ ଜୀବନ୍ତ ଦଗ୍ଧ

ମଥୁରା ମହାବନ ଥାନା ଅଞ୍ଚଳର ମାଇଲଷ୍ଟୋନ ୧୧୭ ପାଖରେ ବସ୍‌ଟି ଆଗ୍ରାରୁ ନୋଏଡା ଯାଉଥିଲା । ହଠାତ୍‌ କାରରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ପଛରୁ ଆସୁଥିବା କାର ବସ୍‌ ସହିତ ଧକ୍କା ହୋଇଥିଲା । ଫଳରେ କାରରେ ଥିବା ୫ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଉତ୍ତରପ୍ରଦେଶ ମଥୁରାରେ ଯମୁନା ଏକ୍ସପ୍ରେସ ୱେରେ ଚଳନ୍ତା ଭଲଭୋ ବସରେ ନିଆଁ । ନିଆଁ ଲାଗିବା ଯୋଗୁ ବସ୍‌ଟି ଅନ୍ୟ ଏକ କାର ସହିତ ଧକ୍କା ହୋଇଥିଲା । ଆଉ କାରରେ ନିଆଁ ଲାଗିଯାଇଥିଲା । ଫଳରେ କାରରେ ଥିବା ୫ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଖବର ମୁତାବକ, ମଥୁରା ମହାବନ ଥାନା ଅଞ୍ଚଳର ମାଇଲଷ୍ଟୋନ ୧୧୭ ପାଖରେ ବସ୍‌ଟି ଆଗ୍ରାରୁ ନୋଏଡା ଯାଉଥିଲା । ହଠାତ୍‌ କାରରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ପଛରୁ ଆସୁଥିବା କାର ବସ୍‌ ସହିତ ଧକ୍କା ହୋଇଥିଲା । କାର ଧକ୍କା ହେବା ଫଳରେ ସଂପୂର୍ଣ୍ଣ ନିଆଁ ଲାଗିଯାଇଥିଲା । ଆଉ କାରରେ ବସିଥିବା ୫ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବସ୍‌ ଏବଂ କାର ଧୁ ଧୁ ହୋଇ ଜଳିଥିଲା । କିନ୍ତୁ ବସରେ ବସିଥିବା କିଛି ଯାତ୍ରୀ ସୁରକ୍ଷିତ ଭାବେ ବାହାରକୁ ବାହାରିଥିବା ବେଳେ କାରରେ ବସିଥିବା ୫ ଜଣ ଜଳିଯାଇଥିଲେ । ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା ।

ଦୁର୍ଘଟଣା ପରେ ଯମୁନା ଏକ୍ସପ୍ରେସରେ ଜାମ୍‌ ଲାଗିଥିଲା । ସୂଚନା ମିଳିବା ପରେ ଦମକଳ ଗାଡି ସହିତ ଅଗ୍ନିଶମ କର୍ମଚାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଜଳିଯାଇଥିବା ଲୋକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.