ଏନକାଉଣ୍ଟରରେ ଟଳିଲେ ୨୯ ମାଓବାଦୀ, ଏକେ ୪୭, କାର୍ବାଇନ ଓ ୩୦୩ ରାଇଫଲ୍ସ ଜବତ

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ । ଟଳିଲେ ୨୯ ମାଓବାଦୀ । ମୃତକଙ୍କ ଭିତରେ ଟପ୍ କମାଣ୍ଡର ଥିବା ସୂଚନା ମିଳିଛି ।

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ । ଟଳିଲେ ୨୯ ମାଓବାଦୀ । ମୃତକଙ୍କ ଭିତରେ ଟପ୍ କମାଣ୍ଡର ଥିବା ସୂଚନା ମିଳିଛି । କାଙ୍କେର ଜିଲ୍ଲା ଛୋଟେବେଠିୟା ଥାନା କଲପର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି । ଗୁଳିବିନିମୟରେ ଆହତ ହୋଇଛନ୍ତି ୩ ଜଣ ସୁରକ୍ଷାକର୍ମୀ । ଗୁଳି ବିନିମୟ ପରେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛି ସୁରକ୍ଷା ବାହିନୀ ।

ସର୍ଚ୍ଚ ଅପରେସନ ବେଳେ ୨୯ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଏକେ ୪୭, ଇନସାସ, ଏସଏଲଆର, କାର୍ବାଇନ ଓ ୩୦୩ ରାଇଫଲ୍ ସ ଜବତ ହୋଇଛି । ଆହତ ସୁରକ୍ଷାକର୍ମୀଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାରଲିଫ୍ ଟ କରାଯାଇଛି । ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଏହାପରେ ବିଏସଏଫ୍ ଓ ଡିଆରଜି ଟିମ୍ କାଙ୍କେର ବିଣାଗୁଣ୍ଡା ଗାଁରେ ମିଳିତ ଅପରେସନ୍ ଚଳାଇଥିଲେ । ଏତିକିବେଳେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଗୁଳି ଚଳାଇଥିଲେ ନକ୍ସଲ । ଏତିକିବେଳେ ବିଏସଅଫ ପକ୍ଷରୁ ମାଓବାଦୀଙ୍କୁ ମହଁତୋଡ ଜବାବ ଦିଆଯାଇଥିଲା । ଆସନ୍ତା ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟରେ ମାଓ ଅଧ୍ୟୁଷିତ ବସ୍ତର ଜିଲ୍ଲାରେ ନିର୍ବାଚନ ଥିବା ବେଳେ ୨୬ ତାରିଖରେ କାଙ୍କେର ଜିଲ୍ଲାରେ ଭୋଟ୍ ନିଆଯିବ । ତାପୂର୍ବରୁ ଛତିଶଗଡ଼ରେ ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.