ଜମ୍ମୁକଶ୍ମୀର ସୋପିୟାନ ଜିଲ୍ଲାରେ ପୋଲିସ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସୋପିୟାନ ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ୩ ଲକ୍ସର ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସେହିପରି ବୁଡ଼ଗାମରେ ଏନକାଉଣ୍ଟରରେ ଜଣେ ପୋଲିସ ଏସପିଓ ସହିଦ୍‌ ହୋଇଛନ୍ତି। ଜଣେ ଯବାନ ଆହତ ହୋଇଛନ୍ତି। ଆଉ ୨ଜଣ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି। ଗତକାଲି ରାତିରୁ ବଡଗାମରେ ଚାଲିଛି ସର୍ଚ୍ଚ ଅପରେସନ୍‌। କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.