Below header

ଆଇପିଏଲ: ୫.୨୫ କୋଟି ଟଙ୍କାରେ ନିଲାମ ହେଲେ ଶାହରୁଖ ଖାନ, ସେୟାର କଲେ ନାଁ ପଛର ରୋଚକ କାହାଣୀ

ତାମିଲନାଡୁ ଅଲରାଉଣ୍ଡର ଶାହରୁଖ ଖାନଙ୍କର ଚଳିତ ଥର ଇଣ୍ଡିୟାନ ପ୍ରିମିୟର ଲିଗ( ଆଇପିଏଲ) ଅକ୍ସନରେ ଖୁବ ଚଢ଼ା ଦାମରେ ନିଲାମୀ ଧରା ଯାଇଛି । ୨୦ ଲକ୍ଷ ବେଶ ପ୍ରାଇସ ଲିଷ୍ଟରେ ନାଁ ରହିଥିବା ଶାହରୁଖଙ୍କୁ ପଞ୍ଜାବ ଦଳ ୫.୨୫ କୋଟି ଟଙ୍କାରେ କିଣି ନେଇଛି । ଏହି ଯୁବ ଅଲରାଉଣ୍ଡର ଜଣଙ୍କ ୨୦୨୦ରେ ମୁସ୍ତାଖ ଅଲ୍ଲୀ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଗତ ଥର ତାଙ୍କର ନିଲାମୀ ହୋଇନଥିଲେ ମଧ୍ୟ ହାର ମାନି ନଥିଲେ ଏହି ଯୁବ ଖେଳାଳି । ଏଥର ମୁସ୍ତାଖ ଅଲ୍ଲୀ ଟ୍ରଫିରେ ବି ଭଲ ପ୍ରଦର୍ଶନ କରିବା ସହ ଆଇପିଏଲରେ ଭଲ ଦରରେ ତାଙ୍କ ନିଲାମୀ ଧରାଯାଇଛି ।

ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ନାଁ ସହ ତାଙ୍କ ନାଁ ମେଳଖାଉଥିଲେ ମଧ୍ୟ ନିଜ ପାରଦର୍ଶିତା ପାଇଁ ହିଁ ଏହି ସଫଳତା ହାସଲ କରିପାରିଛନ୍ତି ଶାହରୁଖ । ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତ୍କାର ଦେବା ସମୟରେ ଶାହରୁଖ କହିଛନ୍ତିକି, ଏଥର ଆଇପିଏଲକୁ ନେଇ ସେ ସେତେଟା ଆଶାବାଦୀ ନଥିଲେ । ସେପ୍ରତି ସେତେଟା ଧ୍ୟାନ ବି ଦେଇନଥିଲେ | ସେ ଏହା ମଧ୍ୟ କହିଛନ୍ତିକି ଆଇପିଏଲ କୌଣସି କ୍ରିକେଟରଙ୍କ ପାଇଁ ସବୁଠୁ ବଡ ମଞ୍ଚ । ଯେଉଁଠି ନାମୀଦାମୀ ଅନ୍ତଃରାଷ୍ଟ୍ରିୟ ଖେଳାଳି ମାନଙ୍କ ସହ ଖେଳିବାକୁ ସୁଯୋଗ ମିଳିଥାଏ | ଏହା ଦ୍ୱାରା ଅନେକ କିଛି ଶିଖି ହୁଏ ବୋଲି କହିଛନ୍ତି ଏହି ଯୁବ ଖେଳାଳି ।

ଏହା ସହ ନିଜ ନାଁକୁ ନେଇ ବି ଏକ ରୋଚକ ତଥ୍ୟ ସେୟାର କରିଛନ୍ତି । ମା’ଙ୍କ ଜଣେ ବନ୍ଧୁଙ୍କ ପରାମର୍ଶ କ୍ରମେ ହିଁ ତାଙ୍କର ଏପରି ନାମକରଣ ହୋଇଥିବା କହିଛନ୍ତି । ବଲିଉଡ ଷ୍ଟାର ଶାହରୁଖଙ୍କର ସେ ଜଣେ ବଡ ପ୍ରସଂଶକ ହୋଇଥିଲେ ମଧ୍ୟ ନିଜ ପରିଚୟ ନିଜେ ଗଢିବାକୁ ଚାହାନ୍ତି । କ୍ୟାରିୟର ଦୃଷ୍ଟିରୁ ଦେଖିଲେ ଏଯାବତ ଫାଷ୍ଟ କ୍ଲାସ କ୍ରିକେଟର ୫ ଟି ମ୍ୟାଚରେ ୩୩ ଵଲରୁ ୨୩୧ ରନ କରିସାରିଛନ୍ତି । ଲିସ୍ଟ ଏ କ୍ରିକେଟରେ ୨୦
ଟି ମ୍ୟାଚ ଖେଳିଥିବା ବେଳେ ଟି-20 ମ୍ୟାଚ ଖେଳିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.