Below header

ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା ହାଇତି, ୩୦୦ରୁ ଅଧିକ ମୃତ ଓ ୧୮୦୦ ରୁ ଅଧିକ ଆହତ

କେନ୍ୟୁଜ୍(ବ୍ୟୁରୋ): ହାଇତିରେ ଶକ୍ତିଶାଳୀ ଭୂକମ୍ପ । ୩୦୦ରୁ ଅଧିକ ମୃତ, ୧୮୦୦ ରୁ ଅଧିକ ଆହତ । ୭.୨ ତୀବ୍ରତା ଭୂକମ୍ପରେ ଦୋହଲିଲା ହାଇତି । ରାଜଧାନୀ ପୋର୍ଟ-ଉ-ପ୍ରିନ୍‌ସ ଠାରୁ ୧୦୦ ମାଇଲ ଦୂରରେ ଭୂକମ୍ପର କେନ୍ଦ୍ର ସ୍ଥଳ ଚିହ୍ନଟ ହୋଇଛି । ବହୁ ବଡ଼ବଡ଼ ବିଲ୍‌ଡିଂ ଭାଙ୍ଗି ଯାଇଛି । ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି ହୋଇଛି ।

ହାଇତି ଉପକୂଳରେ ୧୦ ଫୁଟ ଉଚ୍ଚର ଜୁଆର ଆସିବା ଆଶଂକା ରହିଛି । ହାଇତିର ପଡୋଶୀ ରାଷ୍ଟ୍ର ଗୁଡ଼ିକରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ୨୦୧୦ରେ ହାଇତିରେ ଆଉ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭ ମ୍ୟାଗ୍ନିଚୁଡ୍‌ । ଏଥିରେ ପ୍ରାୟ ୨ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ । ୩ ଲକ୍ଷରୁ ଅଧିକ ଲୋକ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.