‘ବଚପନ୍ କା ପ୍ଯାର୍’ ଗୀତ ଗାଇ ପୁଣି ଭାଇରଲ ହେଲେ ରାନୁ ମଣ୍ଡଳ, ଦେଖନ୍ତୁ ଭିଡିଓ

କିଛିଦିନ ହେଲାଣି ସୋସିଆଲ ମିଡ଼ିଆରେ ସହଦେବ ଦିରଦୋ ଭାଇରଲ ହୋଇଛନ୍ତି। ପିଲାଟିର ଏକ ଭିଡିଓ ବାଦଶାହଙ୍କର ‘ବଚପନ୍‌ କା ପ୍ୟାର୍‌’ ଗୀତ ଧୂମ୍‌ ମଚାଉଛି । ଗୀତଟି ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଥିବା ବେଳେ ଇନଷ୍ଟାଗ୍ରାମ୍‌ରେ ମଧ୍ୟ ଅନେକ କମେଣ୍ଟ ଆସୁଛି । ଏହି ଭିତରେ ରାନୁ ମଣ୍ଡଳଙ୍କର ମଧ୍ୟ ଏକ ଭିଡ଼ିଓ ସାମନାକୁ ଆସିଛି , ଯେଉଁଠି ସେ ବଚପନ୍ କା ପ୍ୟାର୍‌ ଗାଉଥିବାର ନଜର ଆସିଛି ।

ବାସ୍ତବରେ ଇନଷ୍ଟାଗ୍ରାମ୍‌ରେ ସାର୍କେଡ୍‌ ଅଡ୍ଡା ନାମକ ଏକ ଆକାଉଣ୍ଟରୁ ଏକ ଭିଡ଼ିଓ ସେୟାର କରାଯାଇଛି । ଏହି ଭିଡ଼ିଓରେ ଜଣେ ବ୍ୟକ୍ତି କଲର୍‌ ମାଇକ୍‌ ଧରିଥିବାର ଦେଖିବାକୁ ମିଳୁଛି ଏବଂ ତାଙ୍କ ପାଖରେ ଠିଆ ହୋଇ ରାନୁମଣ୍ଡଳ, ସୁପରହିଟ୍‌ ଗୀତ ବଚପନ୍‌ କା ପ୍ୟାର୍‌ ଗୀତ ଗାଇବାର ନଜର ଆସିଛି । ଯାହା ଏବେ ଖୁବ୍‌ ଭାଇରାଲ ହେଉଛି ।

 

View this post on Instagram

 

A post shared by Sacred Adda (@sacredadda)

ସୂଚନାଯୋଗ୍ଯ, ଜଣେ ପିଲା ସ୍କୁଲ୍‌ ୟୁନିଫର୍ମ ପିନ୍ଧି ଶିକ୍ଷକଙ୍କ ସାମନାରେ ବଚପନ୍ କା ପ୍ୟାର୍‌ ଭୁଲ୍‌ ନହିଁ ଜାନାରେ ଗାଇଥିଲେ। ଯାହା ଭାଇରଲ ହୋଇଥିଲା। ଏହି ପିଲାର ନାଁ ସହଦେବ। ଯିଏକି ଛତିଶଗଡ଼ର ସୁକମାର ଛିନ୍ଦଗଡ଼ ବ୍ଲକ୍‌ରେ ରୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.