ଖେଳ ଡାକି ଆଣିଲା କାଳ, କାର ଭିତରେ ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଚାରି ପିଲାଙ୍କ ଜୀବନ

ଖେଳୁ ଖେଳୁ କାର ଭିତରେ ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଚାରି ବାଳକଙ୍କ ଜୀବନ । ଉତ୍ତରପ୍ରଦେଶ ବାଗପତ ଚାନ୍ଦିନଗର ଥାନା ଅନ୍ତର୍ଗତ ସିଂଗଲି ତଗା ଗାଁରେ ଘଟିଛି ଏପରି ଏକ ଅଘଟଣ । ଯେବେକି ଜଣଙ୍କ ଅବସ୍ଥା ଖୁବ ଜଟିଳ ଅଛି । ଏପରି ଏକ ଘଟଣା ଘଟିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଶନିବାର ପରିବାର ଲୋକେ ଏହି ପିଲା ମାନଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ପୋଲିସ ସୂତ୍ରରୁ ଜଣାଯାଇଛିଯେ ଗାଁ ଦାଣ୍ଡରେ ଛିଡା ହୋଇଥିବା ଏକ କାର ପାଖରେ କିଛି ପିଲା ଲୁଚକାଳି ଖେଳୁଥିଲେ । ଖେଳୁ ଖେଳୁ ପାଞ୍ଚ ଜଣ ପିଲା ଗାଡି ଭିତରେ ପଶି ଯାଇଥିଲେ । ଅଚାନକ ଗାଡି ଲକ ହୋଇଥିବା କାରଣରୁ ପିଲା ମାନେ ଆଉ ବାହାରକୁ ବାହାରି ପାରିନଥିଲେ ।

ଗାଡିଟି ଅନେକ ସମୟ ଧରି ଖରାରେ ଛିଡ଼ା ହେବା କାରଣରୁ ଗାଡି ଭିତରେ ଗ୍ୟାସ ଭରିଯାଇଥିଲା । ଫଳରେ ଶ୍ଵାସ ରୁଦ୍ଧ ହୋଇ ପିଲା ମାନଙ୍କ ମୃତ୍ୟୁ ଘଟିଥିଲା । ଏହି ସମୟରେ କିଛି ଗାଁ ଲୋକେ ଘଟଣା ସ୍ଥଳରେ ପହଂଚିଯିବାରୁ ଗାଡି କାଚ ଭାଙ୍ଗି ଜଣେ ପିଲାକୁ ସୁରକ୍ଷିତ ଭାବରେ ବାହାରକୁ ବାହାର କରିଥିଲେ । ସୂଚନାରୁ ଜଣାଯାଇଛିଯେ ମୃତକ ପିଲାଙ୍କ ତିନିଜଣ ଝିଅ ଥିବା ବେଳେ ଜଣେ ପୁଅ ଅଛନ୍ତି । ଏମାନଙ୍କ ବୟସ ୪ ରୁ ୮ ବର୍ଷ ମଧ୍ୟରେ ହେବ । ଘର ଲୋକଙ୍କ କହିବା ଅନୁଯାୟୀ ଦିନ ୧୧ ଟା ଠାରୁ ପିଲା ମାନେ ବାହାରେ ଖେଳୁଥିଲେ । ଅନେକ ସମୟ ଧରି ନଫେରିବାରୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା ।

ଅନ୍ୟପକ୍ଷରେ ପରିବାର ଲୋକେ କାର ମାଲିକଙ୍କ ବିରୋଧରେ ଦାୟିତ୍ବହୀନତାର ଆରୋପ ଲଗାଇଛନ୍ତି । ଗାଁ ଲୋକଙ୍କ ମତରେ କାର ମାଲିକ ଯଦି କାରଟିକୁ ଲକ କରିଥାନ୍ତେ ହୁଏତ ଏପରି ଏକ ଅଘଟଣ ଘଟିନଥାନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.