Below header

ଷ୍ଟେସନରେ ଲୋକଙ୍କୁ ସଚେତନ କରିବା ଲାଗି ଚେନ୍ନାଇ ରେଲୱେ ପୋଲିସର ନିଆରା ପ୍ରୟାସ, କଲେ ଏଞ୍ଜୟ ଏଞ୍ଜାମି ଡ୍ୟାନ୍ସ

କେରଳ ପୋଲିସ ପରେ ଏବେ ଚେନ୍ନାଇ ପୋଲିସ ମଧ୍ୟ ଦେଶର ନାଗରିକ ଓ ରେଲୱେ ଷ୍ଟେସନକୁ ଯାତାୟାତ କରୁଥିବା ଯାତ୍ରୀଙ୍କୁ ସଚେତନ କରିବା ଲାଗି ନୃତ୍ୟ ଆୟୋଜନ କରିଛନ୍ତି। ଏହି ନୃତ୍ୟ ମାଧ୍ୟମରେ ଚେନ୍ନାଇ ରେଲୱେ ପୋଲିସ ଲୋକଙ୍କୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାର ଲାଭ ସମ୍ପର୍କରେ ବୁଝାଇଛନ୍ତି।

ଏ ଅବସରରେ ଚେନ୍ନାଇ ସେଣ୍ଟ୍ରାଲ ରେଲୱେ ଷ୍ଟେସନର ମହିଳା ପୋଲିସ ପୂରା ୟୁନିଫର୍ମରେ ହାତରେ ଗ୍ଲୋବସ ଓ ମୁହଁରେ ମାସ୍କ ଲଗାଇ ନୃତ୍ୟ ପରିବେଷଣ କରିଥିଲେ। ବର୍ତ୍ତମାନ ଭାଇରାଲ ହେଉଥିବା ଗୀତ Enjoy Enjaami ଗୀତରେ ସେମାନେ ଡ୍ୟାନ୍ସ କରିଥିଲେ। ନିକଟରେ କେରଳ ପୋଲିସ ମଧ୍ୟ ଏହି ଗୀତରେ ଡ୍ୟାନ୍ସ କରିଥିଲେ।

ଚେନ୍ନାଇ ସେଣ୍ଟ୍ରାଲ ରେଲୱେ ଷ୍ଟେସନରେ ଯେତେବେଳେ ପୋଲିସମାନେ ଅଚାନକ ନୃତ୍ୟ ପରିବେଷଣ କରିଥିଲେ ସେତେବେଳେ ସେଠାରେ ଯାତାୟାତ କରୁଥିବା ଲୋକେ କିଛି ସମୟ ଠିଆ ହୋଇ ଏହାକୁ ଉପଭୋଗ କରିଥିଲେ ଲୋକଙ୍କୁ ସଚେତନ କରିବା ଲାଗି ପୋଲିସର ଏହି ପ୍ରୟାସକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.