ଆଲିଗଡ ମୁସଲିମ ୟୁନିଭରସିଟିରେ କରୋନା ବିସ୍ଫୋରଣ, ୨୦ ଦିନରେ ୧୯ ପ୍ରଫେସର ମୃତ

ଆଲିଗଡ ମୁସଲିମ ୟୁନିଭରସିଟିରେ କରୋନାର ଦ୍ବିତୀୟ ଲହର କାଳ ହୋଇ ଆସିଛି। ଗତ ୨୦ ଦିନରେ ୧୦ ଜଣ ପ୍ରଫେସରଙ୍କ ପ୍ରାଣ କରୋନା ଯୋଗୁଁ ହୋଇଛି। ପ୍ରଫେସରଙ୍କ ଛଡା ଏଏମୟୁ କର୍ମଚାରୀ, ରିଟାୟର୍ଡ କର୍ମଚାରୀଙ୍କ ମୃତ୍ଯୁବରଣ କରିଛନ୍ତି। ମୃତକଙ୍କ ସଂଖ୍ଯା ୪୦ ପାର୍ ହୋଇଯାଇଛି।

ଶିକ୍ଷାବିତ୍ ସାର ସୟଦ ଅହମଦ ଖାନ ୧୮୭୫ରେ ମନମ୍ମଦ ଆଙ୍ଗ୍ଲୋ ଓରିଏଣ୍ଟାଲ କଲେଜର ସ୍ଥାପନା କରାଯାଇଥିଲା। ଯାହା ୧୯୨୦ ରେ ଆଲିଗଢ ମୁସଲିମ ୟୁନିଭରସିଟିରେ ପରିଣତ ହୋଇଥିଲା। ସ୍ଥାପନା ହେବା ଠାରୁ ଆରମ୍ଭ କରି ଏପର୍ଯ୍ଯନ୍ତ ଏମିତି ଚିନ୍ତାଜନକ ସ୍ଥିତିରେ କେବେ ବି ଆସିନାହିଁ। ଏତେ ମାତ୍ରାରେ ପ୍ରଫେସର, ରିଟାୟର୍ଟ ପ୍ରଫେସର ଏବଂ ଅନ୍ଯ କର୍ମଚାରୀଙ୍କ ନିଧନ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.