ମଣିପୁର: ଯବାନଙ୍କ ମା’ଙ୍କ ସମେତ ପରିବାରର ୪ ଜଣଙ୍କୁ ଅପହରଣ, ଗୁଳି ବିନିମୟରେ ଅନେକ ଆହତ

ମଣିପୁରର କଙ୍ଗପୋକପି ଜିଲ୍ଲାରୁ ଜଣେ ଭାରତୀୟ ଯବାନଙ୍କ ପରିବାରର ୪ ଜଣଙ୍କୁ ଅପହରଣ କରି ନିଆଯାଇଛି। ଏହି ପରିବାର ନଭେମ୍ବର ୭ରେ କାଙ୍ଗଚୁପ୍ ଚିଙ୍ଗଖଙ୍ଗ ଗାଁ ଦେଇ ଯାଉଥିଲେ। ସେମାନଙ୍କୁ ନିକଟସ୍ଥ ଏକ ଚେକପଏଣ୍ଟରେ ଅଟକାଯାଇଥିଲା। ପରେ ସେହି ସ୍ଥାନରୁ ଏକ ସଶସ୍ତ୍ର ଉଗ୍ରବାଦୀ ଗୋଷ୍ଠୀ ସେମାନଙ୍କୁ ଅପହରଣ କରି ନେଇଥିଲେ।

ମଣିପୁରର କଙ୍ଗପୋକପି ଜିଲ୍ଲାରୁ ଜଣେ ଭାରତୀୟ ଯବାନଙ୍କ ପରିବାରର ୪ ଜଣଙ୍କୁ ଅପହରଣ କରି ନିଆଯାଇଛି। ଏହି ପରିବାର ନଭେମ୍ବର ୭ରେ କାଙ୍ଗଚୁପ୍ ଚିଙ୍ଗଖଙ୍ଗ ଗାଁ ଦେଇ ଯାଉଥିଲେ। ସେମାନଙ୍କୁ ନିକଟସ୍ଥ ଏକ ଚେକପଏଣ୍ଟରେ ଅଟକା ଯାଇଥିଲା। ପରେ ସେହି ସ୍ଥାନରୁ ଏକ ସଶସ୍ତ୍ର ଉଗ୍ରବାଦୀ ଗୋଷ୍ଠୀ ସେମାନଙ୍କୁ ଅପହରଣ କରି ନେଇଥିଲେ।

ଖବର ରହିଛି, ଅପହୃତ ଚାରିଜଣ ବ୍ୟକ୍ତି ହେଉଛନ୍ତି ଜଣେ ସୈନିକଙ୍କ ପରିବାର ସଦସ୍ୟ। ଏଥିରେ ଦୁଇଜଣ ମହିଳା ମଧ୍ୟ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୈନିକଙ୍କ ମା’। ସେମାନଙ୍କ ସହ ଗାଡ଼ିରେ ସୈନିକଙ୍କ ବାପା ମଧ୍ୟ ଥିଲେ। କିନ୍ତୁ ସୁରକ୍ଷା ବାହିନୀ କୌଣସି ବି ପ୍ରକାରେ ତାଙ୍କୁ ଉଦ୍ଧାର କରି ନେଇଥିଲେ। ତାଙ୍କୁ ଗମ୍ଭୀର ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ସୈନିକ ଏବଂ ତାଙ୍କ ପରିବାର କୁକି ସମ୍ପ୍ରଦାୟର। ତେବେ ସୈନିକ ଜଣକ ମଣିପୁରରେ ମୁତୟନ ନାହାନ୍ତି। ଅପହରଣ ପରେ କୁକି ଏବଂ ମେତେଇ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ପାଖାପାଖି ଦୁଇ ଘଣ୍ଟା ଧରି ଆକ୍ରମଣ ଜାରି ରହିଥିଲା। ଉଭୟ ପାର୍ଶ୍ୱରୁ ଫାୟାରଆର୍ମ୍ସ ବ୍ୟବହାର କରାଯାଇଥିଲା। ଘଟଣାସ୍ଥଳ ଦେଇ ଯାଇଥିବା କିଛି ଲୋକ ମଧ୍ୟ ଏଥିରେ ଆହତ ହୋଇଥିବା ଖବର ରହିଛି।

କୁକି ସମ୍ପ୍ରଦାୟର ଇଣ୍ଡିଜିନସ୍‌ ଟ୍ରାଇବାଲ୍‌ ଲିଡର୍ସ ଫୋରମ୍ (ITLF) କହିଛି ଯେ ୫ ଜଣ ଲୋକ ଏକ ଗାଁ ଆଡକୁ ଯାଉଥିଲେ। ସେହି ସମୟରେ ଏକ ସଶସ୍ତ୍ର ଗୋଷ୍ଠୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। ଏଥିରେ ୬୫ ବର୍ଷୀୟ ମଙ୍ଗଲୁନ୍ ହାଓକିପ୍‌ ଆହତ ହୋଇଥିଲେ। ସେ ବେହୋସ୍‌ ହୋଇ ତଳେ ପଡ଼ି ଯାଇଥିଲେ। ଆକ୍ରମଣକାରୀମାନେ ତାଙ୍କୁ ମୃତ ବୋଲି ଭାବି ସେଠାରେ ଛାଡ଼ି ଦେଇଥିଲେ ଏବଂ ବାକି ୪ ଜଣଙ୍କୁ ଅପହରଣ କରି ନେଇଥିଲେ।

ସେପଟେ ମଣିପୁର ପୋଲିସ କହିଛି ଯେ ଅପହରଣ ହୋଇଥିବା ୪ ଜଣଙ୍କ ବିଷୟରେ କିଛି ଜଣାପଡି ନାହିଁ। ପୋଲିସ ସେମାନଙ୍କୁ ଖୋଜାଖୋଜି କରୁଛି।

You might also like