ମୟୂରଭଞ୍ଜ ମହୋତ୍ସବ ମଞ୍ଚରେ ସତସତିକା ବାହାଘର, ଉପଭୋଗ କଲେ ହଜାର ହଜାର ଦର୍ଶକ
ଚାଲିଥିଲା ମୟୂରଭଞ୍ଜ ମହୋତ୍ସବ । ହଠାତ୍ ଅଆସି ପହଁଚିଲେ ପ୍ରେମୀ ଯୁଗଳ । ଦେଖୁ ଦେଖୁ ମଞ୍ଚ ପାଲଟିଲା ବିବାହ ମଣ୍ଡପ । ସାନ୍ତାଳୀ ପରମ୍ପରାରେ ସମ୍ପନ୍ନ ହେଲା ବାହାଘର । କନ୍ୟା ମଥାରେ ସିନ୍ଦୁର ଦେଇ ସବୁଦିନ ପାଇଁ ସ୍ତ୍ରୀ ରୂପେ ଗ୍ରହଣ କରି ନିଜ ଘରକୁ ନେଇଗଲା ବର ।

ବାରିପଦା(କେନ୍ୟୁଜ୍): ଚାଲିଥିଲା ମୟୂରଭଞ୍ଜ ମହୋତ୍ସବ । ହଠାତ୍ ଅଆସି ପହଁଚିଲେ ପ୍ରେମୀ ଯୁଗଳ । ଦେଖୁ ଦେଖୁ ମଞ୍ଚ ପାଲଟିଲା ବିବାହ ମଣ୍ଡପ। ସାନ୍ତାଳୀ ପରମ୍ପରାରେ ସମ୍ପନ୍ନ ହେଲା ବାହାଘର । କନ୍ୟା ମଥାରେ ସିନ୍ଦୁର ଦେଇ ସବୁଦିନ ପାଇଁ ସ୍ତ୍ରୀ ରୂପେ ଗ୍ରହଣ କରି ନିଜ ଘରକୁ ନେଇଗଲା ବର ।
ମୟୂରଭଞ୍ଜ ମହୋତ୍ସବ ମଞ୍ଚରେ ସତସତିକା ବାହାଘର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ। ପାରମ୍ପରା ରୀତିନୀତି ମୁତାବକ ସମ୍ପନ୍ନ ହୋଇଥିଲା ବିହାବ ଉତ୍ସବ। ସାରା ଜୀବନ ପାଇଁ ବନ୍ଧା ହୋଇଥିଲେ ପ୍ରେମୀ ଯୁଗଳ। ହଜାର ହଜାର ଦର୍ଶକ ପାଲଟିଯାଇଥିଲେ ସ୍ତବ୍ଧ। ସାନ୍ତାଳୀ ପରମ୍ପରାରେ ହୋଇଥିଲା ବିବାହ। କମିଟି ପକ୍ଷରୁ ନବ ଦମ୍ପତ୍ତିଙ୍କୁ ଢେର ସାରା ଭାର ସାଙ୍ଗକୁ ଆଶୀର୍ବାଦ ପ୍ରଦାନ କରାଯାଇଛି। ତେବେ ଆଦିବାସୀ ପରମ୍ପରାକୁ ଲୋକଲୋଚନକୁ ଆଣିବା ହିଁ ଏହି ମୟୂରଭଞ୍ଜ ମହୋତ୍ସବର ମୂଳ ଲକ୍ଷ୍ୟ।
ସୂଚନା ମୁତାବକ, ମୟୂରଭଞ୍ଜ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଚାଲିଥିଲା ସାନ୍ତାଳୀ ନାଇଟ। ନାଚଗୀତ ଆରମ୍ଭ ହେବା ପୂର୍ବରୁ କିଛି ନିଆରା କରିବାକୁ ପ୍ରୟାସ କରିଥିଲେ କମିଟି ସଦସ୍ୟ । ଏଥିପାଇଁ ଚାନ୍ଦୁଆ ବ୍ଳକ ମୁଣ୍ଡାକଟା ଗ୍ରମାରେ ପହଁଚିଥିଲେ କମିଟିର ସଦସ୍ୟ ମାନେ । ଆଦିବାସୀ ବିବାହ ପରମ୍ପରାକୁ ମଞ୍ଚରେ ପରିବେଶଣ କରିବାକୁ ପ୍ରସ୍ତୁତି କରିଥିଲେ।
ତେବେ ସେହି ଗାଁର ରାଜେନ୍ ମୁର୍ମୁ ଶୁଳିଆପଦା ବ୍ଲକର କପ୍ତିଶୋଳ ଗ୍ରାମର ଗୋଲାପୀ ମୁର୍ମୁକୁ ଭଲ ପାଉଥିଲେ । ଏକଥା ଜାଣିବା ପରେ ଉଭୟଙ୍କ ପରିବାର ବିବାହରେ ସମ୍ମତି ପ୍ରଦାନ କରିଥିଲେ । ତେବେ ଏନେଇ ପୂର୍ବରୁ ଯୋଜନା କରାଯାଇଥିଲା ଯେ ମୟୂରଭଞ୍ଜ ମୋହୋତ୍ସବ ମଞ୍ଚରେ ପରମ୍ପରା ସହ ଉଭୟଙ୍କ ନିଆରା ବିବାହ ସମ୍ପନ୍ନ କରାଯିବ।
ଆଉ ସେୟା ହିଁ ହେଲା ସବୁ ରୀତିନୀତି ସହ ଏହି ବିବାହ ସମ୍ପନ୍ନ ହୋଇଥିଲା । ବାଜା ରୋଶଣୀ ସହ ଆସିଥିଲା ବରଯାତ୍ରୀ। ଆଉ ହୋଇଥିଲା ଏହି ବିବାହ। ଆଉ ନବବଧୂକୁ ସାଙ୍ଗରେ ନେଇ ଫେରିଥିଲେ ବର । ତେବେ ସତ କହିଲେ ନବ ଦମ୍ପତ୍ତିଙ୍କ ପାଇଁ ସେମାନଙ୍କ ବିବାହ ସବୁଦିନ ପାଇଁ ଚିରସ୍ମରଣୀୟ ହୋଇ ରହିବ।
ମଞ୍ଚ ସାଜିଲା ବିବାହ ମଣ୍ଡପ । ହାତକୁ ଦିହାତ ହେଲେ ପ୍ରେମୀ ଯୁଗଳ । ଏଭଳି ନିଆରା ବିବାହକୁ ବେଶ ଉପଭୋଗ କରିଥିଲେ ଦର୍ଶକ। ତେବେ ପ୍ରତିବର୍ଷ କିଛି ଆଦିବାସୀ ପରମ୍ପରା ଲୋକଲୋଚନକୁ ଆଣିବାକୁ କମିଟି କରିଥାଏ ପ୍ରୟାସ। ଚଳିତ ବର୍ଷ ଏହି ସାନ୍ତାଳୀ ବିବାହ ଦର୍ଶକଙ୍କୁ ବେଶ୍ ବିମୋହିତ କରିଛି।