Below header

ବିଦେଶ ଖବର : ଚୀନ୍‌ରେ ଜଙ୍ଗଲ ନିଆଁ ଓ ପେରୁରେ ବସ୍‌ରେ ନିଆଁ; ମୃତ୍ୟୁ ସଂଖ୍ୟା ୪୪ରୁ ଅଧିକ

ଲିମା : ପେରୁ ରାଜଧାନୀ ଲିମାରେ ଏକ ବସ୍‌ରେ ନିଆଁ ଲାଗିଯିବା ଫଳରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ବେଆଇନ୍‌ ପରିବାହନ କରୁଥିବା ଏହି ବସ୍‌ରେ କିଭଳି ନିଆଁ ଲାଗିଲା ସେକଥା ସ୍ପଷ୍ଟ ହୋଇନାହିଁ ।

ବେଜିଂ : ଚୀନ୍‌ର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଥିବା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲିଭାଇବାକୁ ଯାଇଥିବା ୨୪ ଜଣ ଅଗ୍ନିଶମ କର୍ମଚାରୀଙ୍କର ମୃତ୍ୟୁ ଘଟି ଥିବା ବେଳେ ୩୦ଜଣଙ୍କର ପତ୍ତା ମିଳୁନାହିଁ ।

ନ୍ୟୁୟର୍କ : ଆମେରିକାର ଫିଲାଡେଲଫିଆରେ ଡିଜିଟାଲ ଆର୍ଥିକ କାରବାରକୁ ବିରୋଧ ହେବା ପରେ ଏଠାରେ ଆଇନ୍‌ରେ ପରିବର୍ତ୍ତନ ଅଣାଯାଇଛି । ଦୋକାନୀମାନଙ୍କୁ ଅନ୍‌ଲାଇନ୍‌ ଟ୍ରାଞ୍ଜାକସନ୍‌ ସହିତ ନଗଦ ଅର୍ଥ ନେବାକୁ ତାଗିଦ କରାଯାଇଛି । ନଗଦ ଅର୍ଥ ନନେଲେ ସେମାନଙ୍କ ଦୋକାନ ଲାଇସେନ୍ସ ରଦ୍ଦ ହେବ ଏବଂ ୨୦୦୦ ଡଲାର ବା ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡରେ ଦଣ୍ଡିତ ହେବେ । ଏହି ଆଇନ୍‌ ଆସନ୍ତା ଜୁଲାଇରୁ ଲାଗୁ ହେବ ।

କାବୁଲ : ତାଲିବାନ୍‌ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅବଦୁଲ ରସିଦ ଦୋସ୍ତମ୍‌ । ସେ ଉଜବେକିସ୍ତାନ ଗସ୍ତ ସାରି ବଲ୍ଖ ରାଜ୍ୟର ରାଜଧାନୀ ମଜାର-ଏ-ସରିଫରୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଉଭୟ ପକ୍ଷରୁ ବହୁ ସମୟ ଧରି ଗୁଳି ଚାଲିଥିଲା । ଏଥିରେ ଦୋସ୍ତମ୍‌ଙ୍କ ତିନି ଜଣ ବଡିଗାର୍ଡ଼ଙ୍କର ମୃତ୍ୟୁ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.