ପାରାଦୀପରୁ ଟିକେଟ ମିଳିଲା ପରେ ପୁଅ ସମ୍ବିତଙ୍କୁ କଣ କହିଲେ ଦାମ ?

ପାରାଦୀପ : ପୁଅ ଗୋଟିଏ ଦଳରୁ ପ୍ରାର୍ଥୀ। ବାପା ଆଉ ଗୋଟିଏ ଦଳରୁ। ଜଣେ ଶଙ୍ଖଧାରୀ, ଆଉ ଜଣେ ପଦ୍ମ ପୋଖରୀରେ ବୁଡ ପକାଇଛନ୍ତି। ଦାମ-ସମ୍ବିତଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଓ ଉତ୍କଣ୍ଠା ଲାଗି ରହିଛି। ପାରାଦୀପ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ସମ୍ବିତ ରାଉତରାୟ। ବିଜେଡିରୁ ପ୍ରାର୍ଥୀ ହୋଇ ଦାମ ପାରଦୀପ ଜିତିଥିଲେ। ଏବେ ପୁଅ ସେଠାରୁ ବିଜେଡି ପ୍ରାର୍ଥୀ। ପାରାଦୀପ ବିଧାୟକ ଥିବା ଦାମୋଦର ରାଉତ ଏବେ ବିଜେପିର ବାଲିକୁଦା ଏରସମା ପ୍ରାର୍ଥୀ।

ବିଜେଡି ସମ୍ବିତଙ୍କୁ ପ୍ରାର୍ଥୀ କରିବା ପରେ ଦାମୋଦରଙ୍କ ପ୍ରତିକ୍ରିୟା ଥିଲା ସେ ଖୁସି ନୁହନ୍ତି କି ଦୁଃଖି ନୁହନ୍ତି। ବାପା-ପୁଅ ରାଜନୀତି ନୂଆ କଥା ନୁହଁ। କିନ୍ତୁ ଅଲଗା ଦଳରେ ରହିବା ଏବଂ ବାପାଙ୍କ ଆସନରେ ପୁଅ ଲଢିବା ରୋଚକ ସ୍ଥିତି ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.