ଲସ୍କର ଇ ତୋଇବା ସହ ଜଡିତ ୫ ଆତଙ୍କୀଙ୍କୁ ଗିରଫ କଲା ଜାମ୍ମୁ କାଶ୍ମୀର ପୋଲିସ, ବହୁ ପରିମାଣରେ ମାରଣାସ୍ତ୍ର ଜବତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ପୋଲିସ ଆଜି ଲସ୍କର ଇ ତୋଇବାର ୫ ସନ୍ତ୍ରାସବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ କରିଛି ।

ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇବା ପରେ ବଡଗାମ୍‌ ପୋଲିସ୍‌ ୧୫୩ ବାଟାଲିଅନ୍‌ର ସିଆର୍‌ପିଏଫ୍‌ ଜବାନଙ୍କ ସହାୟତାରେ ଜହୁର ଓ୍ଵାନି ନାମକ ଜଣେ ସନ୍ତ୍ରାସବାଦୀକୁ ଗିରଫ କରିଥିଲା ।

jk

ଓ୍ଵାନିକୁ ପଚରା ଉଚରା କରିବା ପରେ ଜମ୍ମୁ କାଶ୍ମୀରରେ ଲୁଚିଥିବା ୟୁନିସ୍‌ ମିର, ଅସ୍‌ଲମ୍‌ ଶେକ୍‌, ପରଭେଜ୍‌ ଶେକ୍‌ ଓ ରେହମାନ୍‌ ଲୋନ୍‌ ଭଳି ୪ ଜଣ ସନ୍ତ୍ରାସବାଦୀଙ୍କୁ ପୋଲିସ୍‌ ଗିରଫ କରିଥିଲା । ସେମାନଙ୍କ ଠାରୁ ବହୁ ପରିମାଣରେ ମାରଣାସ୍ତ୍ର ଓ ଗୁଳି ଗୋଳା ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.