ପ୍ରବଳ ଉତ୍ତାପରେ କୋଷ୍ଠକାଠିନ୍ୟ ଓ ଏସିଡ଼ିଟି ପରି ସମସ୍ୟାରୁ ମୁକ୍ତି ଦେବ ଏହି ପାନୀୟ

ପ୍ରବଳ ଉତ୍ତାପରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ପାନୀୟ ପିଇବା ପସନ୍ଦ କରିଥାଉ । ସାଧାରଣତଃ ଆମ ମଧ୍ୟରୁ ଅନେକ ବଜାର ପାନୀୟ ପିଇବାକୁ ଅଧିକ ଭଲପାନ୍ତି । କିନ୍ତୁ ଜାଣନ୍ତିକି ଏହି ପାନୀୟ ଗୁଡିକ ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏମିତିକି ଅଧିକ ବ୍ୟବହାର କଲେ ଗଭୀର ରୋଗ ମଧ୍ୟ ହୋଇପାରେ । କିନ୍ତୁ ବାହାର ପାନୀୟ ବଦଳରେ ଯଦି ଘରେ ପାନୀୟ ପ୍ରସ୍ତୁତ କରି ପିଅନ୍ତି ତେବେ ଏହା ଶରୀର ପାଇଁ ଅଧିକ ଉପଯୋଗୀ ହୋଇପାରିବ । ଏହା ସହ ଗ୍ୟାସ, ଏସିଡ଼ିଟି, ବ୍ଳଟିଙ୍ଗ,କବ୍ଜ ପରି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ । ବିଭିନ୍ନ ମସଲା, ଡ୍ରାଏଫ୍ରୁଟ, କ୍ଷୀର, ଚିନି ବାଦାମ, ପେସ୍ତା, ନଟ୍ସ, ଗୁଜୁରାତି, କଳା ମରିଚ, କେଶର, ପାନମଧୁରୀ ଆଦି ପରି ପଦାର୍ଥରେ ହିଁ ଏହି ପାନୀୟ ପ୍ରସ୍ତୁତ ହୋଇଥାଏ ।

drink

ଏହି ସମସ୍ତ ଜିନିଷକୁ ଆପଣ କ୍ଷୀର କିମ୍ବା ପାଣି ସହ ବାଟି ଏକ ପାନୀୟ ପ୍ରସ୍ତୁତ କରିପାରିବେ । ଯାହା ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇବା ସହ ପେଟ ମଧ୍ୟ ଥଣ୍ଡା ରଖିବ । ଏହି ସ୍ୱତନ୍ତ୍ର ପାନୀୟ ବି ଆପଣଙ୍କ ଡିହାଇଡ୍ରେସନ ସମସ୍ୟାରୁ ମୁକ୍ତି ଦେବା ସହ ଶରୀରର ପାଚନ ଶକ୍ତି ବୃଦ୍ଧି କରିପାରିବ । ପାନୀୟ ମିଶା ଯାଉଥିବା ଜିନିଷ ଗୁଡିକ ଶରୀରର ହର୍ମୋନ ସନ୍ତୁଳନ ରଖିଥାଏ । ଆପଣ ଏହାବାଦ ପଇଡ଼ ପାଣି, ଆଖୁ ରସ, ଛାଞ୍ଚ, ଲେମ୍ବୁ ପାଣି, ଗୁଲକନ୍ଦ ପରି ପଦାର୍ଥରେ ସରବତ ଘରେ ପ୍ରସ୍ତୁତ କରି ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.