ହ୍ଵାଟ୍ସଆପ୍‌ରେ ଆସିଲା ନୂଆ ଫିଚର, ଏକାଥରେ ୫୦ ଜଣଙ୍କୁ କରିପାରିବେ ଭିଡିଓ କଲିଂ

ହ୍ଵାଟ୍‌ଆପ୍‌ ୟୁଜରଙ୍କ ପାଇଁ ଆଉ ଏକ ଖୁସି ଖବର। ଫେସ୍‌ବୁକ୍‌ ତରଫରୁ ହ୍ଵାଟ୍‌ଆପ୍‌ ୟୁଜରଙ୍କୁ ନୂଆ ତଥା ଦମ୍‌ଦାର ଫିଚର ଉପହାର ସ୍ୱରୂପ ଦିଆଯାଇଛି। ଏହି ଫିଚର ସହାୟତାରେ ୟୁଜରମାନେ ଭିଡିଓ କଲିଂ ବେଳେ ଅଧିକ ମଜା ଉଠାଇପାରିବେ। ନୂଆ ମେସେଞ୍ଜର ରୁମ୍‌ ସର୍ଭିସ (Messenger Rooms) ୟୁଜରଙ୍କ ପାଇଁ ରୋଲଆଉଟ୍‌ କରାଯାଇଛି। ହ୍ଵାଟ୍ସଆପ୍‌ରେ ମଧ୍ୟ ୟୁଜର୍ସଙ୍କୁ ମେସେଞ୍ଜର ରୁମ୍‌ର ସର୍ଟକଟ ମିଳିବାକୁ ଯାଉଛି। କେତେକ ଦେଶରେ ଆଣ୍ଡ୍ରଏଡ୍‌ ବିଟା ଆପ୍‌ରେ ଏହି ସର୍ଟକଟ୍‌ ଦିଆଯାଇଛି। ଏହା ସାହାଯ୍ୟରେ ଫେସ୍‌ବୁକ ମେସେଞ୍ଜର ରୁମ୍‌ସ କ୍ରିଏଟ୍‌ କରି ହେବ ଓ ଏକା ସାଙ୍ଗେ ୫୦ ଜଣଙ୍କ ସହ ଭିଡିଓ ଚାଟ୍‌ କରିପାରିବେ।

WABetaInfo ତରଫରୁ କୁହାଯାଇଛି ଯେ ୟୁଏସ୍‌ରେ ହ୍ଵାଟ୍ସଆପ୍‌ ବିଟା ୟୁଜର୍ସଙ୍କୁ ଏହି ଅପ୍‌ଡେଟ୍‌ ମିଳିସାରିଛି। ନୂଆ ଫିଚର ହ୍ଵାଟ୍ସଆପ୍‌ ବିଟା ଭର୍ସନ ୨.୨୦.୧୩୯ରେ ଦିଆଯାଇଛି। କେବଳ ମେସେଞ୍ଜରରେ ନୁହେଁ ହ୍ଵାଟ୍ସଆପ୍‌ ଓ ଇନ୍‌ଷ୍ଟ୍ରାଗ୍ରାମରେ ମଧ୍ୟ ଏହାର ସର୍ଟକଟ ମିଳିବ ବୋଲି କୁହାଯାଇଛି।

whatsapp

ଖାସ୍‌ କଥା ହେଉଛି ଫେସ୍‌ବୁକ୍‌ ଆକାଉଣ୍ଟ ନଥିବା ୟୁଜର ମଧ୍ୟ ନୂଆ ମେସେଞ୍ଜର ରୁମ୍‌ରେ ଅଂଶଗ୍ରହଣ କରିପାରିବେ। ହ୍ଵାଟ୍ସଆପ୍‌ରେ ମେସେଞ୍ଜର ରୁମ୍‌ସ ସର୍ଟକଟ୍‌ ଆଟାଚ୍‌ ଫାଇଲ୍‌ ସେକ୍ସନ୍‌ରେ ଦିଆଯାଇଛି। ବିଟା ୟୁଜର୍ସଙ୍କୁ ନୂଆ ଆଇକନ୍‌ ଚାଟ୍‌ ଓ୍ଵିଣ୍ଡୋରେ ଆଟାଚ୍‌ ଅପସନ୍‌ରେ କ୍ଲିକ୍‌ କଲେ ଡକ୍ୟୁମେଣ୍ଟସ୍‌ ଓ ଗ୍ୟାଲେରୀ ମଧ୍ୟରେ ଦିଶିବ। ଏଥିରେ ପୂର୍ବରୁ ମିଳୁଥିବା କ୍ୟାମେରାକୁ ରିପ୍ଲେସ୍‌ କରାଯାଇଛି। ଏହି ନୂଆ ଫିଚର ଖୁବ୍‌ଶୀଘ୍ର ସମସ୍ତ ୟୁଜରଙ୍କ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.