ଶ୍ରାଦ୍ଧକର୍ମ ବେଳେ ଗଙ୍ଗା ନଦୀରେ ବୁଡ଼ିଗଲେ ପରିବାରର ୫ ସଦସ୍ୟ, ଜଣେ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଘଟିଗଲା ଦୁର୍ଘଟଣା

ବିହାର: ଭାଗଲପୁର ଜିଲ୍ଲା ସୁଲତାନଗଞ୍ଜର ଅବଜୁଗଞ୍ଜ ଗଙ୍ଗା ଘାଟରେ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗଙ୍ଗା ସ୍ନାନ ସମୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ, ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ଏସ୍‌ଡିଆରଏଫ ଟିମ୍‌ ତରଫରୁ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏ ପର୍ଯ୍ୟନ୍ତ ୩ ମୃତଦେହକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ବିଡିଓ, ସିଓଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟଙ୍କୁ ଖୋଜାଖୋଜି ଜାରି ରହିଛି।

ବିଡିଓଙ୍କ କହିବା ମୁତାବକ, ଏକ ଶ୍ରାଦ୍ଧକର୍ମ ପାଇଁ ପରିବାରର ୧୫ ଜଣ ସଦସ୍ୟ ଗଙ୍ଗା ସ୍ନାନ କରିବାକୁ ଯାଇଥିଲେ। ଗଙ୍ଗା ନଦୀରେ ପ୍ରବଳ ଜଳ ପ୍ରବାହ ହେତୁ ଲଲିତା ଦେବୀ ନାମ୍ନୀ ମହିଳା ପ୍ରଥମେ ବୁଡ଼ି ଯାଇଥିଲେ, ତାଙ୍କୁ ବଞ୍ଚାଇବାକୁ ଯାଇ ପରିବାରର ବାକି ସଦସ୍ୟ ଜଣଙ୍କ ପରେ ଜଣେ ପ୍ରଖର ସ୍ରୋତ ମୁହଁରେ ପଡ଼ି ଯାଇଥିଲେ। ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ବିଡିଓ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.