ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ ଲସ୍କର ଆତଙ୍କବାଦୀ ନିପାତ, ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ସେନାକୁ ବଡ଼ ସଫଳତା

ଜମ୍ମୁ-କାଶ୍ମୀରର କୁପୱାଡ଼ା ଜିଲ୍ଲାର ମାଛିଲ୍‌ ସେକ୍ଟରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଅନୁପ୍ରେବଶ ପାଇଁ ଆତଙ୍କବାଦୀଙ୍କ ଏକ ବଡ଼ ଉଦ୍ୟମକୁ ବିଫଳ କରିଛି ସେନା। LoC ଉପରେ ସୁରକ୍ଷା ବାହିନୀର ବଡ଼ ଅପରେସନରେ ଲସ୍କର-ଏ-ତାଇବାର ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ଜମ୍ମୁ-କାଶ୍ମୀର ପୋଲିସ କହିଛି।

ପୋଲିସ ସୂଚନା ମୁତାବକ, ଗୁରୁବାର ସକାଳେ ମାଛିଲ୍‌ ସେକ୍ଟରରେ ଏକ ନିର୍ଦ୍ଦିଷ୍ଟ ଇନପୁଟ୍ ଆଧାରରେ ସେନା ସହିତ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା।

ଯେତେବେଳେ ଆତଙ୍କବାଦୀଙ୍କୁ ସେନା ଟ୍ରାକ କରିଥିଲା, ସେହି ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏହାପରେ ଗୁଳି ବିନିମୟ ହୋଇଥିଲା। ସେନାର ଗୁଳିରେ ପ୍ରଥମେ ୨ ଆତଙ୍କବାଦୀ ଟଳି ପଡ଼ିଥିଲେ। ଏହାପରେ ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ଆଉ ୩ ଆତଙ୍କବାଦୀ ନିହତ ହୋଇଥିଲେ।

ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇ ଜମ୍ମୁ-କାଶ୍ମୀର ପୋଲିସ କହିଛି ଯେ ଲସ୍କର-ଏ-ତାଇବାର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ଏମାନଙ୍କ ମୋଟ ସଂଖ୍ୟା ୫ ହୋଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.