Below header

ବିଶ୍ୱକପ୍‌ : ଇଂଲଣ୍ଡର ଆଉ ଏକ ପରାଜୟ, ଶ୍ରୀଲଙ୍କା ୮ ଓ୍ଵିକେଟରେ ବିଜୟୀ

ଆଜି ବିଶ୍ୱକପ୍‌ରେ ଇଂଲଣ୍ଡକୁ ୮ ଓ୍ଵିକେଟ୍‌ରେ ହରାଇ ତାର ଦ୍ୱିତୀୟ ବିଜୟ ହାସଲ କରିଛି ଶ୍ରୀଲଙ୍କା ଦଳ । ୨୬ତମ ଓଭରର ଚତୁର୍ଥ ବଲ୍‌୍‌ରେ ନିଶଙ୍କ ଏକ ଛକା ମାରି ଦଳକୁ ଜିତାଇ ଦେଇଥିଲେ ।

ବେଙ୍ଗଲୁରୁ : ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦୁଇ ‘କୁଶଲ’ ସଅଳ ବିଦାୟ ନେଇ ଗଲେ । ହେଲେ ଏତେ କମ୍‌ ସ୍କୋରକୁ କମ୍‌ ଓ୍ଵିିକେଟ୍‌ ହରାଇ କମ୍‌ ଓଭରରେ ହାସଲ କରି ନେଲା ଶ୍ରୀଲଙ୍କା । ଆଜି ବିଶ୍ୱକପ୍‌ରେ ଇଂଲଣ୍ଡକୁ ୮ ଓ୍ଵିକେଟ୍‌ରେ ହରାଇ ତାର ଦ୍ୱିତୀୟ ବିଜୟ ହାସଲ କରିଛି ଶ୍ରୀଲଙ୍କା ଦଳ । ୨୬ତମ ଓଭରର ଚତୁର୍ଥ ବଲ୍‌୍‌ରେ ନିଶଙ୍କ ଏକ ଛକା ମାରି ଦଳକୁ ଜିତାଇ ଦେଇଥିଲେ ।

ଅଷ୍ଟ୍ରେଲିଆ ବୋଲର ଡେଭିଡ ଓ୍ଵିଲୀ ପ୍ରଥମେ କୁଶଲ ପରେରାଙ୍କୁ ୪ ରନ୍‌ରେ ଏବଂ ପରେ କୁଶଲ ମେଣ୍ଡିସଙ୍କୁ ୧୧ ରନ୍‌ରେ ଅଉଟ୍‌ କରି ଦେଲେ । ହେଲେ ଏହାପରେ ଓପ୍ନର ପଥୁନ ନିଶଙ୍କ ଏବଂ ୪ ନମ୍ବର ବ୍ୟାଟର ସଦିରା ସମରବିକ୍ରମାଙ୍କ ଯୋଡ଼ି ପାଳି ସମ୍ଭାଳି ନେଲେ । ଉଭୟ ଅର୍ଦ୍ଧଶତକ କରିବା ସହିତ ଶ୍ରୀଲଙ୍କାକୁ ଚମତ୍କାର ବିଜୟ ଭେଟି ଦେଇଛନ୍ତି । ନିଶଙ୍କ ୭୭ ଏବଂ ସମରବିକ୍ରମା ୬୫ ରନ୍‌ କରି ଅପରାଜିତ ରହିଛନ୍ତି ।

ପୂର୍ବରୁ ଇଂଲଣ୍ଡ ଉଭୟ ବ୍ୟାଟ୍‌ ଓ ବଲ୍‌୍‌ରେ ଆଜି ପୂରା ଫେଲ୍‌ ମାରିଥିଲା । ପ୍ରଥମେ ବ୍ୟାଟିଂ କରି ମାତ୍ର ୩୩.୨ ଓଭରରେ ୧୫୬ ରନ୍‌ କରି ଅଲଆଉଟ୍‌ ହୋଇ ଯାଇଥିଲା । ଓପ୍ନର ବ୍ୟାରେଷ୍ଟା ୩୦, ମଲାନ ୨୮ ଏବଂ ବେନ୍‌ ଷ୍ଟୋକ୍ସ ସର୍ବାଧିକ ୪୩ ରନ୍‌ କରି ପାରିଥିଲେ । ଆଉ ସମସ୍ତେ ଫେଲ୍‌ ମାରିଲେ ।

ଶ୍ରୀଲଙ୍କା ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ସହ ୪ ପଏଣ୍ଟ ହାସଲ କରିଛି । ଅନ୍ୟପକ୍ଷରେ ଗତଥର ଚାମ୍ପିଅନ୍‌ ଇଂଲଣ୍ଡ ୫ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ସହ ମାତ୍ର ୨ ପଏଣ୍ଟ ପାଇଛି ।

table

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.