Below header

ଗଙ୍ଗାକୁ ପ୍ରଦୂଷିତ କରିବା ପଡିବ ମହଙ୍ଗା, ଏବେ ୫୦ କୋଟିର ଜରିମାନା ସହିତ ମିଳିବ ଦଣ୍ଡାଦେଶ

ନୂଆଦିଲ୍ଲୀ : ଗଙ୍ଗାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ସରକାର ପୁଣି ଏକ କଠୋର ପଦକ୍ଷେପ ନେଇଛନ୍ତି। ଏବେ ଗଙ୍ଗାକୁ ପ୍ରଦୂଷଣ କଲେ ୫ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଏହାସହିତ ୫୦ କୋଟି ଟଙ୍କା ଜରିମାନା ଦେବାକୁ ପଡିପାରେ। ‘ ଦ ନ୍ୟାସନାଲ ରିଭର ଗଙ୍ଗା ବିଲ୍‌ ୨୦୧୯’ ଅନୁଯାୟୀ ସରକାର ଏହି ପ୍ରସ୍ତାବ ଦେଇଛନ୍ତି। ଯାହାକୁ ସଂସଦର ଶୀତକାଳୀନ ଅଧିବେସନରେ ପାରିତ କରାଯାଇପାରେ।

ganga 4

 

ଜଳ ଶକ୍ତି ମନ୍ତ୍ରଣାଳୟ ତରଫରୁ କ୍ୟାବିନେଟ ମଞ୍ଜୁରୀ ପାଇଁ ରଖାଯାଇଥିବା ଡ୍ରାଫ୍ଟ ବିଲ ମୁତାବକ, ଏହି ଅଧିନିୟମ ଅନ୍ତର୍ଗତ କରାଯାଉଥିବା ସବୁ ଅପରାଧ ପାଇଁ ଜାମିନ ନାମଞ୍ଜୁର କରାଯିବ। ଏହି ଡ୍ରାଫ୍ଟ ବିଲ୍‌ରେ ୧୩ଟି ଅନୁଚ୍ଛେଦ ଏବଂ ତିନି ଅନୁସୂଚନା ରହିଛି। ଯେଉଁଥିରେ ଅଲଗା ଅଲଗା ଅପରାଧ ପାଇଁ ଅଲଗା ଜରିମାନା ମଧ୍ୟ ରଖାଯାଇଛି। ଏଥିରେ ଅବୈଧ ନିର୍ମାଣ, ଦୂଷିତ ଜଳ, ଗଙ୍ଗା ପ୍ରବାହରେ ବାଧା ସୃଷ୍ଟି କରିବା, ପାଣି ଚୋରି ଏବଂ ଗଙ୍ଗା ଘାଟରେ ଭଙ୍ଗାରୁଜା କରିବା ଭଳି ଅପରାଧ ସାମିଲ ରହିଛି।

ganag 3

କେଉଁ ଭୁଲ୍‌ କଲେ କେତେ ଦେବେ ଜରିମାନା :

– ଅବୈଧ ନିର୍ମାଣ ପାଇଁ କୌଣସି ପ୍ରକାର ଖନନ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ସହିତ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ।

– ଘାଟରେ ଭଙ୍ଗାରୁଜା କଲେ ୧୦ ହଜାର ଟଙ୍କା ସହିତ ପୁନଃନିର୍ମାଣ ପାଇଁ ଖର୍ଚ୍ଚ ହେବା ଟଙ୍କା ମଧ୍ୟ ଦେବାକୁ ପଡିବ। ଏହାଛଡା ଯଦି ଅଧିକ କିଛି କ୍ଷତି ହୁଏ କିମ୍ବା ପାଟିତୁଣ୍ଡ ହୋଇଥାଏ, ସେଥିପାଇଁ ଆପଣଙ୍କ ଜେଲ୍‌ ମଧ୍ୟ ଯାଇପାରନ୍ତି।

ganga 23

ଏହି ବିଲ୍‌ ଜରିଆରେ ଗଙ୍ଗା ନଦୀର ସ୍ୱଚ୍ଛତା ବଢାଇବା ସହ ପ୍ରଦୂଷଣ ମଧ୍ୟ ରୋକି ହୋଇପାରିବ। ଏହି ବିଲ୍‌ରେ ନାସନାଲ ଗଙ୍ଗା କାଉନସିଲ ମଧ୍ୟ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଯାହାର ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ। ଏଥିରେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ମଧ୍ୟ ସାମିଲ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.