ଅମାନୁଷିକର ସବୁ ସୀମା ଟପିଲା ମଣିଷ, ଖୁଣ୍ଟରେ ବାନ୍ଧି ପିଟିବା ସହିତ ଜବରଦସ୍ତ ପିଆଇଲେ ପରିସ୍ରା, ଯୁବକ ମୃତ

ଚଣ୍ଡିଗଡ : ପୁଣି ଘଟିଛି ଏକ ଲୋମଟାଙ୍କୁରା ଘଟଣା। ଜଣେ ୩୭ ବର୍ଷିୟ ଦଳିତ ଯୁବକଙ୍କୁ ପୁରୁଣା ବିବାଦ ପାଇଁ ଅପହରଣ କରି ଖମ୍ବରେ ବାନ୍ଧି ପିଟିବା ସହିତ ପରିସ୍ରା ପିଇବାକୁ ବାଧ୍ୟ କରାଇଛନ୍ତି। ପଞ୍ଜାବ ସଙ୍ଗରୁର ଜିଲ୍ଲାରେ ଘଟିଛି ଏଭଳି ଏକ ଅମାନବୀୟ ଘଟଣା। ଏହି ଘଟଣା ପରେ ପୀଡିତ ଜଣଙ୍କର ହସପିଟାଲରେ ମୃତ୍ୟୁ ହୋଇଛି।

ପୋଲିସ ସୂଚନା ଅନୁଯାୟୀ ପୀଡିତ ଜଣଙ୍କର ରିଙ୍କୁ ନାମକ ଜଣେ ବ୍ୟକ୍ତିଙ୍କ ସମେତ କିଛି ଅନ୍ୟ ଲୋକଙ୍କ ସହିତ ବିବାଦ ଥିଲା। ପୀଡିତ ମରିବା ପୂର୍ବରୁ ପୋଲିସକୁ ନିଜ ବୟାନରେ କହିଥିଲେ ଯେ ରିଙ୍କୁ ତାଙ୍କୁ ବିବାଦ ବିଷୟରେ କଥା ହେବାକୁ ଘରକୁ ଡାକିଲେ। ଏହାପରେ ଯେତେବେଳେ ସେ ଘରେ ପହଁଚିଲେ ତେବେ ଚାରି ଜଣ ଲୋକ ତାଙ୍କୁ ଏକ ଖମ୍ବରେ ବାନ୍ଧି ଖୁବ୍ ବାଡେଇଲେ ଏବଂ ପାଣି ବଦଳରେ ପରିସ୍ରା ପିଇବାକୁ ଦେଲେ। ଏହାର କିଛି ଦିନ ମଧ୍ୟରେ ପୀଡିତଙ୍କର ମୃତ୍ୟୁ ହୋଇଗଲା।

ଏହାସହ ପଢନ୍ତୁ : ବଡ ଧୋକା, କଣ ଏମିତି କଲେ ପ୍ରେମିକା ଯେ ଫାଶି ଲଗାଇ ଝୁଲିପଡିଲେ ପ୍ରେମିକ

ପୋଲିସ କହିବାନୁଯାୟୀ ଚାରି ଜଣଙ୍କ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅବୈଧ ଉପାୟରେ ବାନ୍ଧି ରଖିବା ଏବଂ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ସହିତ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ଅଧିନିୟମ ଦ୍ବାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.