ଲକ ଡାଉନ ସମୟରେ ଘଟିଲା ଏକ ଅଜବ ଘଟଣା: ପତ୍ନୀଙ୍କୁ ପ୍ରେମିକା କହିଲେ ସବୁ ସମ୍ପତ୍ତି ତୋର, ସ୍ୱାମୀ ମୋର

ଆପଣ ମାନେ ତ ହିନ୍ଦୀ ସିନେମା “ଜୁଦାଇ” ନିଶ୍ଚିତ ରୂପେ ଦେଖିଥିବେ । ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ସହରରେ ଘଟିଥିବା ଏହି କାହାଣୀ ପରି ଏକ ସମାନ ଘଟଣା ସାମ୍ନାକୁ ଆସିଛି । ଲକ ଡାଉନ ସମୟରେ ପ୍ରେମିକା ଜଣଙ୍କ ନିଜ ପୂର୍ବ ପ୍ରେମୀକଙ୍କ ଘରେ ପହଂଚିଛନ୍ତି । ଆଉ ପତ୍ନୀଙ୍କ ଠାରୁ ତାଙ୍କ ପତିଙ୍କୁ ସବୁଦିନ ପାଇଁ ମାଗି ବସିଛନ୍ତି । ଏହା ବଦଳରେ ନିଜ ପ୍ରେମିକଙ୍କ ପତ୍ନୀଙ୍କୁ ନିଜର ସମସ୍ତ ସମ୍ପତ୍ତି, ଜମି ଆଦି ଦେବେ ବୋଲି ମଧ୍ୟ କଥା ଦେଇଛନ୍ତି । ଏଥିରେ ଉତ୍ତ୍ୟକ୍ତ ହୋଇ ପତ୍ନୀ ଜଣଙ୍କ ପ୍ରେମିକାଙ୍କ ସମ୍ପର୍କୀୟଙ୍କୁ ସମସ୍ୟାର ସମାଧାନ ପାଇଁ ଘରକୁ ଡାକିଛନ୍ତି ।

lockdown

ପରେ ଘଟଣା ସ୍ଥଳରେ ପୋଲିସ ସମେତ ସ୍ଥାନୀୟ ପାରିବାରିକ ଅଦାଲତ ପହଂଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ପ୍ରେମିକ ଜଣଙ୍କ ପ୍ରେମିକଙ୍କ ଘରୁ ଫେରିଛନ୍ତି । ପ୍ରକୃତରେ ଏହି ଘଟଣାଟି ଘଟିଛି ଭୋପାଳର ଚୂନାମାଟି ଅଞ୍ଚଳରେ । ସରକାରୀ ଅଫିସରେ ଚାକିରୀ କରୁଥିବା ୫୭ ବର୍ଷୀୟ ମହିଳା ନିଜ ୪୫ ବର୍ଷୀୟ ସହକର୍ମୀଙ୍କୁ ପ୍ରେମ କରି ବସିଥିଲେ । ଲକ ଡାଉନ କାରଣରୁ ଉଭୟଙ୍କ ଦେଖା ହୋଇପାରିନଥିଲା | ଏଥିରେ ଧୈର୍ଯ୍ୟ ହରା ହୋଇ ମହିଳା ଜଣଙ୍କ ତାଙ୍କ ପ୍ରେମିକଙ୍କ ଘରକୁ ଯାଇଥିଲେ । ପ୍ରକୃତରେ ମହିଳା ଜଣଙ୍କ ସ୍ୱାମୀଙ୍କର ଆଜକୁ ପ୍ରାୟ ୧୦ ବର୍ଷ ତଳେ ମୃତ୍ୟୁ ଘଟିଥିଲା । ସରକାରୀ ଚାକିରିଆ ପ୍ରେମିକା ଜଣଙ୍କ ନିଜ ପ୍ରେମିକଙ୍କ ଘରେ ପହଂଚିବା କ୍ଷଣି ପ୍ରେମିକାଙ୍କ ପତ୍ନୀ ତାଙ୍କୁ ଦେଖି ଖୁବ ରାଗି ଯାଇଥିଲେ ।

ବାରମ୍ବାର ତାଙ୍କୁ ଫେରିଯିବାକୁ କହିଥିଲେ ମଧ୍ୟ ପ୍ରେମିକା ଆଦୌ ରାଜି ହୋଇ ନଥିଲେ । ବରଂ “ଜୁଦାଇ” ସିନେମା କାହାଣୀ ପରି ନିଜ ସମସ୍ତ ସମ୍ପତ୍ତି ତାଙ୍କ ନାଁରେ କରି ଦେବାକୁ ଅଡ଼ି ବସିଥିଲେ | ଏହି ମାମଲାରେ ପ୍ରେମିକ ଜଣଙ୍କ କହିଛନ୍ତିକି, ସହକର୍ମୀ ହୋଇଥିବାରୁ ଉଭୟଙ୍କ ମଧ୍ୟରେ କେବଳ ବନ୍ଧୁତାର ହିଁ ସମ୍ପର୍କ ଅଛି । ଏକୁଟିଆ ଜୀବନ ବିତାଉ ଥିବାରୁ ହୁଏତ ମହିଳା ଜଣଙ୍କର ତାଙ୍କ ପ୍ରତି ଏକ ପ୍ରକାର ଆକୃଷ୍ଠତା ଆସି ଯାଇଛି । କିନ୍ତୁ ଏବାବଦରେ ସେ କିଛି ବି ଜାଣି ନାହାନ୍ତି । ଅନ୍ୟ ପକ୍ଷରେ ପତ୍ନୀ ଜଣଙ୍କ ଏସଂପର୍କରେ କହିଛନ୍ତିକି, ବିବାହର ଦୀର୍ଘ ୧୪ ବର୍ଷ ପରେ ତାଙ୍କ ସ୍ୱାମୀ ତାଙ୍କୁ ଧୋକା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.