ସିଲିଣ୍ଡର ବିସ୍ଫୋରଣରେ ଭୁଶୁଡିଲା ୨ ମହଲା କୋଠା, ୩ ଶିଶୁ ସମେତ ୭ ମୃତ

ୟୁପିର ଗୋଣ୍ଡାରେ ଜିଲ୍ଲାରେ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିଲିଣ୍ଡର ବିସ୍ଫୋରଣ ହୋଇଛି। ଫଳରେ ୨ ମହଲା କୋଠା ଭୁଶୁଡି ପଡିଛି । କୁହାଯାଉଛି ଯେ କୋଠା ଭୁଶୁଡ଼ିବା କାରଣରୁ ପ୍ରାୟ ୧୪ ଜଣ ମାଟି ତଳେ ଫସି ରହିଥିଲେ । ତେବେ ଏମାନଙ୍କୁ ବହୁତ କଷ୍ଟରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ତେବେ ଏଥିରେ ୭ ଜଣଙ୍କ ମୃତ୍ୟୁ ହେବା ସହ ଆଉ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Gonda: Two adjacent houses collapsed after a cylinder blast at Tikri village in Wazir Ganj area last night.
“14 people have been rescue, 7 of them have been declared dead and 7 others are undergoing treatment at a hospital,” said SP Santosh Kumar Mishra. pic.twitter.com/V6wGRwzilx
— ANI UP (@ANINewsUP) June 2, 2021
୭ ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି । ୱାଜିରଗଞ୍ଜ ପୋଲିସ ଷ୍ଟେସନ ଅଧୀନରେ ଥିବା ଟିକ୍ରି ଠେରପୁର ଗାଁରେ ଘଟିଛି ଏହି ଅଘଟଣ । ଯେଉଁଠାରେ ଏକ ଘରେ ହଠାତ୍ ବିସ୍ଫୋରଣ ହୋଇଥିଲା । ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି । ତେବେ ଭୁଶୁଡି ପଡିଥିବା ଛାତ ତଳେ ଆଉ କେହି ଫଶିରହିଥିବା ଆଶଙ୍କା କରି ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।