୭୦୦ ବର୍ଷ ଧରି ବସାରେ ରହୁଛନ୍ତି ଏହି ଗାଁର ଲୋକ, ସ୍ବତନ୍ତ୍ରତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

ସୁନ୍ଦର ଓ ବିଳାସପୂର୍ଣ୍ଣ ଘରେ ରହିବାକୁ ସମସ୍ତେ ଚାହାନ୍ତି। ସବୁଜିମା ମଧ୍ୟରେ ସୁନ୍ଦର ଘର କିଏ ବା ପସନ୍ଦ ନ କରେ। କିନ୍ତୁ ଏଭଳି ଏକ ଗାଁ ରହିଛି, ଯେଉଁଠି ଲୋକେ ଗତ ୭୦୦ ବର୍ଷ ଧରି ଘରେ ନୁହେଁ ବରଂ ବସାରେ ରହୁଛନ୍ତି । ଏହି ଘର ଦେଖିବାକୁ ପୂରାପୂରି ଚଢ଼େଇ ବସା ସଦୃଶ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏଠାରେ ଲୋକେମାନେ ବର୍ଷେ କିମ୍ବା ଦୁଇ ବର୍ଷ ଧରି ନୁହେଁ, ବରଂ ଅନେକ ପିଢ଼ି ଧରି ରହିଆସୁଛନ୍ତି । ଏହି ଗାଁ ଇରାନରେ ଅବସ୍ଥିତ ।

ଇରାନର କନ୍ଦୋଭନ ଗାଁର ଲୋକେ ବସା ଭଳି ଦେଖାଯାଉଥିବା ଘରେ ରହୁଛନ୍ତି । ନିଜର ଅଜବ ପରମ୍ପରା ପାଇଁ ଏହି ଗାଁ ଓ ଏଠାରେ ରହୁଥିବା ଲୋକେ ସାରା ବିଶ୍ବରେ ଲୋକପ୍ରିୟ । ଏହି ଗାଁର ଲୋକେ ପକ୍ଷୀ ଭଳି ବସା କରି ରହିଥାନ୍ତି । ଏହାକୁ ଆପଣ ସାଧାରଣ ଘର ବୋଲି ଭାବୁଥାଇ ପାରନ୍ତି, କିନ୍ତୁ ଏହି ଘରର ସ୍ବତନ୍ତ୍ରତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଘରେ ଶୀତଦିନେ ଗରମ ଓ ଗରମ ଦିନେ ଥଣ୍ଡା ଅନୁଭୂତ ହୋଇଥାଏ । ଏହା ଦେଖିବାକୁ ଯଦିଓ ଅଜବ କିନ୍ତୁ ଏଠି ରହିବା ବେଶ ଆରାମଦାୟକ । ଏହି ଗାଁ ୭୦୦ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଏଠାରେ ଲୋକେ ରୁମ ହିଟର କିମ୍ବା ଏସି ବ୍ୟବହାର କରି ନ ଥାନ୍ତି | ଏବେ ଆପଣ ଭାବୁଥିବେ ଏଭଳି ଅଜବ ଘର କିଏ ନିର୍ମାଣ କରିଥିଲା ? ଏଠାରେ ରହୁଥିବା ଲୋକଙ୍କ ପୁର୍ବପୁରୁଷ ମଙ୍ଗୋଲଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ଘର ତିଆରି କରିଥିଲେ । କନ୍ଦୋଭନର ପ୍ରାରମ୍ଭିକ ନିବାସୀ ଏଠାକୁ ମଙ୍ଗୋଲ ଆକ୍ରମଣକାରୀଙ୍କ ଦାଉରୁ ରକ୍ଷା କରିବା ପାଇଁ ଏଠାକୁ ଆସିଥିଲେ । ଲୁଚିବା ପାଇଁ ସେ ଜ୍ବାଳାମୁଖୀ ଚଟାଣରେ ଘର ଖୋଦେଇ କରିବା ଆରମ୍ଭ କରୁଥିଲେ । ଯେଉଁଠି ସେ ଖୋଦେଇ କରୁଥିଲେ, ସେଠାରେ ସ୍ଥାୟୀ ଘର ହୋଇଯାଉଥିଲା । ସାରା ବିଶ୍ବରେ ଏହି ଗାଁ ନିଜର ନିଆରା ଘର ପାଇଁ ବେଶ ଚର୍ଚ୍ଚାରେ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.