Below header

ଅହମ୍ମଦାବାଦରେ ସିଲିଣ୍ଡର ବିସ୍ଫୋରଣ: ଆଖି ବୁଜିଲେ ୭ ଶ୍ରମିକ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦର ବାରେଜା ଅଞ୍ଚଳରେ ସିଲିଣ୍ତର ବିସ୍ଫୋରଣ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଛାତିଥରା ଘଟଣାରେ ସମସ୍ତ ଶ୍ରମିକ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ଶ୍ରମିକଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି । ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ahmedabad

ସୂଚନା ଅନୁସାରେ, ଗୁଜୁରାଟ ଅହମ୍ମଦାବାଦର ବାରେଜା ଅଞ୍ଚଳରେ ଏକ କାରଖାନାରେ କାମ କରୁଥିଲେ ଶ୍ରମିକମାନେ । ସେହି କାରଖାନା ନିକଟରେ ୧୦ ଜଣ ଶ୍ରମିକ ଏକ ଘରେ ଭଡା ରହୁଥିଲେ । ହେଲେ ଘରେ ଥିବା ଗ୍ୟାସ ସିଲିଣ୍ତରରୁ ଗ୍ୟାସ ଲିକ ହୋଇ ଫାଟି ଯାଇଥିଲା । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ସମସ୍ତ ଶ୍ରମିକ ମଧ୍ୟପ୍ରଦେଶର ହୋଇଥିବା ବେଳେ ସେମାନେ ଦାଦନ ଖଟିବାକୁ ଗୁଜୁରାଟକୁ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.