ଯାଜପୁର ହାଇଲେଭଲ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଯାଜପୁର(କେନ୍ୟୁଜ): କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଖୋସାଲିପୁର ଠାରେ ଥିବା ହାଇଲେବୁଲ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଧାନମଣ୍ଡଳ ଫାଣ୍ଡି ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଂଚି ମୃତଦେହକୁ କେନାଲରୁ ଉଦ୍ଧାର କରିଥିଲେ।

ଉଦ୍ଧାର ପରେ ମୃତ ଯୁବକ ଜଣକ ସ୍ଥାନୀୟ ଅଂଚଳର ନାନୋ ହେମ୍ବ୍ରମ ବୋଲି ଜଣାପଡିଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ କେନାଲ ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହେବା ନେଇ ନାନା ଚର୍ଚ୍ଚା ଆଲୋଚନା ହେଉଛି। ଏପଟେ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ଯବଛେଦ ପାଇଁ ପଠାଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ମୃତ ଯୁବକ ଜଣକ ଚଣ୍ଡିଖୋଲ ଅଞ୍ଚଳରେ ଏକ ଗ୍ୟାରେଜରେ କାମ କରୁଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.