ଗ୍ରୀସରେ ବୁଡିଲା ଡଙ୍ଗା: ୭୯ ମୃତ, ଶତାଧିକ ନିଖୋଜ

ପୁଣି ଏକ ଡଙ୍ଗା ଦୁର୍ଘଟଣା । ଗ୍ରୀସରେ ଡଙ୍ଗା ବୁଡି ୭୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନିଖୋଜ ଥିବା ଖବର ମିଳିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗ୍ରୀସରେ ଡଙ୍ଗା ବୁଡି ୭୯ ଜଣଙ୍କର ମୃତ୍ୟୁ ହୋଇଛି । ଡଙ୍ଗାରେ ପାକିସ୍ତାନ, ମିଶର ଓ ସିରିୟାର ଲୋକମାନେ ଯାତ୍ରା କରୁଥିଲେ । ଅନେକ ନିଖୋଜ ମଧ୍ୟ ରହିଛନ୍ତି । ତେବେ ଡଙ୍ଗାରେ ମୋଟ ୭୫୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଘଟଣା ପରେ ତତ୍‌କାଳ ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟରେ ତଟରକ୍ଷୀ ବାହିନୀ, ନୌସେନା, ସେନା ଏବଂ ବାୟୁସେନାର ଯବାନ ନିୟୋଜିତ ରହିଛନ୍ତି ।

ଖବର ମୁତାବକ, ଡଙ୍ଗାବୁଡି ଘଟଣା ଗ୍ରୀସର ଦକ୍ଷିଣ ପେଲୋପୋନିସେ ଅଞ୍ଚଳ ଠାରୁ ପାଖାପାଖି ୭୫ କିମି ପଶ୍ଚିମ-ଦକ୍ଷିଣରେ ଅଧରାତିରେ ଘଟିଥିଲା । ଘଟଣାରେ ଉଦ୍ଧାର ହୋଇଥିବା ପ୍ରବାସୀଙ୍କୁ ଆମ୍ବୁଲାନ୍ସ ସେବା ଶିବିରରେ ଚିକିତ୍ସା ପାଇଁ ପଠାଯାଇଛି । ୧୦୪ ଜଣ ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ମିଶରର ୩୦ ଜଣ, ପାକିସ୍ତାନର ୧୦ ଜଣ, ସିରିୟାର ୩୫ ଜଣ ଏବଂ ୨ ଜଣ ଫିଲିସ୍ତାନୀ ରହିଛନ୍ତି ।

ତେବେ ଏହି ଘଟଣାରେ ୟୁଏନର ମହାସଚିବ ଏଣ୍ଟୋନିୟୋ ଗୁଟେରେସ ପ୍ରାରମ୍ଭିକ ସୂଚନା ଦେଇଛନ୍ତି। ତେବେ ଡଙ୍ଗାରେ ଥିବା ଲୋକଙ୍କ ବୟସ ୧୬-୪୧ ବର୍ଷ ରହିଥିବା କୁହାଯାଉଛି । ମହିଳା ଏବଂ ଅନେକ ଶିଶୁ ଥିବା ମଧ୍ୟ ଖବର ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ୨୦୨୧ ମସିହା ଜୁଲାଇ ମାସରେ ଆଫ୍ରିକୀୟ ପ୍ରବାସୀଙ୍କୁ ନେଇ ଯାଉଥିବା ଗୋଟିଏ ଡଙ୍ଗା ଲିବିୟା ଉପକୂଳରେ ଓଲଟି ପଡ଼ିବାରୁ ୫୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲ ।

ଗତକାଲି ନାଇଜେରିଆରେ ଡଙ୍ଗା ବୁଡ଼ି କାରଣରୁ ୧୦୩ ଜଣ ଲୋକଙ୍କର ଜୀବନ ଚାଲିଯାଇଥିଲା । ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ସମୟରେ ଘଟିଥିଲା ଏପରି ଏକ ଅଘଟଣ । ଏହି ବୋଟ ଦୁର୍ଘଟଣାରେ ୯୭ ଜଣ ଯାତ୍ରୀ ମଧ୍ୟ ନିଖୋଜ ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.