ମୋ ମା’ ଫାଶୀ ଲଗାଇବାକୁ ଯାଉଛି, ତାକୁ ଯେମିତି ହେଲେ ବଞ୍ଚାନ୍ତୁ ପୋଲିସ ବାବୁ…….

ହରିୟାଣାର କ୍ୟାଥଲ ଅଂଚଳରେ ଏମିତି ଏକ ଘଟଣା ଘଟିଛି ଯେଉଁଥିପାଇଁ ସେଠାକାର ପୋଲିସକୁ ଯଥେଷ୍ଟ ସମ୍ମାନ ଦିଆଯାଇଥାଏ । ଏକ ୮ ବର୍ଷର ବାଳକ 112କୁ ଫୋନ କରି ପୋଲିସକୁ କହିଥିଲା ତା ମା’ ଫାସୀ ଲଗାଇବାକୁ ଯାଉଛି । ତାକୁ ଯେମିତି ହେଲେ ବଞ୍ଚାନ୍ତୁ । ବାଳକଟି ଠାରୁ ଏତିକି ଶୁଣିବା ପରେ ମାତ୍ର ୯ ମିନିଟ ଭିତରେ ପିଲାଟି ଘରେ ପୋଲିସ ପହଞ୍ଚିଥିଲେ ।  ଖାଲି ପହଂଚି ନଥିଲେ ବାଳକଟିର ମା’ ର ଜୀବନ ବି ବଂଚାଇ ଥିଲେ । ଆଉ ଏଥିପାଇଁ ପୋଲିସ କ୍ୟାପଟେନ ମହସୂଦ ଅହମ୍ମଦ ପୋଲିସ କର୍ମଚାରୀ ମାନଙ୍କୁ ସମ୍ମାନିତ ବି କରିଥିଲେ।  ଏହି ଘଟଣାଟି ମାର୍ଚ୍ଚ ୨୪ ତାରିଖରେ ଘଟିଛି । ସେହି ଦିନ ଏସଆଇ ଶାମଷେର ସିଂହ, ଏଚସି ବିନୋଦ କୁମାର ଓ ଏସ୍ପିଓ ଜୋରା ସିଂହଙ୍କ ନିକଟକୁ 112 ନମ୍ବରରେ କଲ ଆସିଥିଲା ।  ଆଉ କଲ କରିଥିବା ପଟଟି କୌଣସି ଏକ ଛୋଟ ପିଲାର ଅନୁମାନ କରାଯାଇଥିଲା । ପିଲାଟି ଭୟବିତ ଥିବା ବେଳେ କିଛି ଯେମିତି କହିବାକୁ ଚାହୁଁଥିବା ଜଣାଯାଉଥିଲା ।  ଡିଫେନ୍ସ କଲୋନୀ କ୍ୟାଥଲ ଅଞ୍ଚଳରେ ଘରେ ଜଣେ ମହିଳା ଫାସୀ ଲଗାଇବା ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଥିଲା । ଆଉ ଯାହାର ସୂଚନା ପାଇବା କ୍ଷଣି ଟ୍ରାଫିକ ଜାମରୁ ବାହାରି ପୋଲିସ ଟିମ ମାତ୍ର ୯ ମିନିଟ ଭିତରେ ମହିଳାଙ୍କ ନିକଟରେ ପହଂଚି ଯାଇଥିଲେ । ମହିଳା ଜଣକଙ୍କର ଜୀବନ ରକ୍ଷା କରିଥିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମହିଳାଙ୍କର ଜ୍ଞାତି ପରିଜନ ଯେତେ ଶୀଘ୍ର ମହିଳାଙ୍କ ଜ୍ଞାତି ପରିଜନ ମାନେ ପହଂଚି ନଥିଲେ ତା ଠାରୁ ଯଥେଷ୍ଟ ଶୀଘ୍ର ପୋଲିସ ଯାଇ ପହଁଚିଯାଇଥିଲେ । ପୋଲିସର ପ୍ରସଂଶା କରିବା ସହିତ 112 ପ୍ରୋଜେକ୍ଟର ପ୍ରଶଂସା ବି କରାଯାଇଥିଲା । ମହିଳା ଜଣଙ୍କର ଜୀବନ ବଞ୍ଚାଇ ହରିୟାଣା ପୋଲିସ ଏକ ପ୍ରକାର ପ୍ରମାଣିତ କରିଛିଯେ ତୁରନ୍ତ କୌଣସି କଥାରେ ଯଦି ପଦକ୍ଷେପ ନିଆଯାଏ ତେବେ ଅମୁଲ୍ୟ ଜୀବନ ବଞ୍ଚାଯାଇ ପାରିବ । ଏପରି ଏକ ପ୍ରସଂଶନୀୟ କାମ କରି ହରିୟାଣା ପୋଲିସ ଆନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆଉ ଏମିତି ଏକ ଶ୍ରେଷ୍ଠ କାମ ପାଇଁ ପୋଲିସ କର୍ମଚାରୀ ମାନଙ୍କୁ ନଗଦ କିଛି ଟଙ୍କା ସହ ପଶଂସା ପତ୍ର ଦିଆଯାଇ ସମ୍ମାନିତ କରାଯାଇଛି । ଏନେଇ ଏସ୍ପି ମତ ରଖିଛନ୍ତିଯେ ଅନ୍ୟ ପୋଲିସ କର୍ମଚାରୀ ମାନେ ବି ତାଙ୍କ ଠାରୁ ପ୍ରେରଣା ନେବା ଉଚିତ ଆଉ ଡ୍ୟୁଟି କରୁଥିବା କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.