ଓଳିଆରୁ ପଡ଼ି ଗଜା : ଅଷ୍ଟମ ଶ୍ରେଣୀ ଛାତ୍ରର ସଇତାନ ବୁଦ୍ଧି, କଣ କଲା ଜାଣନ୍ତୁ

ନିଜକୁ ନିଜେ ଅପହରଣ କରି ଘରକୁ ମାଗିଲେ ୫ଲକ୍ଷ ଟଙ୍କା

ଉତ୍ତର ପ୍ରଦେଶ ଗୋରଖପୁରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ସ୍କୁଲ ଯାଉଥିବା ସମୟରେ ଅପହରଣ ହୋଇଥିଲା । ଆଉ ଏହି ଘଟଣା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଘଟଣାର ତଦନ୍ତ କରିବା ପରେ ପୋଲିସ ହାତରେ ଲାଗିଥିଲା ଚାଞ୍ଚଲ୍ୟକର ତଥ୍ୟ, ଯାହା ସମସ୍ତଙ୍କୁ ଅଚମ୍ବିତ କରିଛି । ଯେତେବେଳେ ପରିବାର ପକ୍ଷରୁ ଥାନରେ ଅଭିଯୋଗ କରାଗଲା, ସେତେବେଳେ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ଛାନଭିନ ଆରମ୍ଭ କରିଥିଲା । ଆଉ ପରେ ଜାଣିବାକୁ ପାଇଲା ଛାତ୍ର ଜଣକ ନିଜକୁ ଗୋପନ ରଖି ମୁଣ୍ଡଜାମିନ ପାଇଁ ଘରକୁ ଚିଠି ମାଧ୍ୟମରେ ୫ଲକ୍ଷ ଟଙ୍କା ଦାବି କରିଥିଲା । ଏହା ପରେ ସେହି ଅଞ୍ଚଳରେ ଲୋକାମାନେ ପିଲାଟିର ସଇତାନି ବୁଦ୍ଧିକୁ ନେଇ  ଆଶ୍ଚର୍ଯ୍ୟ ହୋଇଥିଲେ । ଅଷ୍ଟମ ଶ୍ରେଣୀ ପିଲାର ଏଭଳି ବୁଦ୍ଧି ସମସ୍ତଙ୍କୁ ଚକିତ କରି ଦେଇଛି । ତେବେ ପଲାଟିର ଏଭଳି ଦୁଷ୍ଟବୁଦ୍ଧି କିଭଳି ଆସିଲା ଓ ତା ସହିତ ଆଉ କିଏ ଥିଲେ ତାର ତଦନ୍ତ କରୁଛି ପୋଲିସ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.