ପ୍ରଳୟଙ୍କରୀ ବନ୍ୟାରେ ଉବୁଟୁବୁ ପାକିସ୍ତାନ: ଜଳଘେରରେ ୯୦ ପ୍ରତିଶତ ଅଞ୍ଚଳ, ଗଲାଣି ୩୩ ଜୀବନ

ପାକିସ୍ତାନ: ପାକିସ୍ତାନରେ ପ୍ରକୃତିର କୋପ। ପ୍ରଳୟଙ୍କରୀ ବନ୍ୟାରେ ଉବୁଟୁବୁ ପାକିସ୍ତାନ। ଜଳଘେରରେ ୯୦ ପ୍ରତିଶତ ଅଞ୍ଚଳ । ଏଯାଏ ଗଲାଣି ହଜାରେ ୩୩ ଜଣଙ୍କ ଜୀବନ। ୭୨ଟି ଜିଲ୍ଲାରେ ଘୋଷଣା ହୋଇଛି ଶତାବ୍ଦୀର ବଡ଼ ପ୍ରାକୃତିକ ବିପର୍ଯ୍ୟୟ। ଭୟଙ୍କର ବନ୍ୟାରେ ୯ଲକ୍ଷ ୪୯ ହଜାର ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ସାଢେ ୬ଲକ୍ଷ ଘର ଆଂଶିକ କ୍ଷତିଗ୍ରସ୍ତ।

୫କୋଟି ୭୦ଲକ୍ଷରୁ ଅଧିକ ଲୋକ ଭୋକ ଉପାସରେ ପଡ଼ି ରହିଛନ୍ତି। ଆଗାମୀ ୨୪ ଘଣ୍ଟାରେ ଆହୁରି ବର୍ଷା ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। କାଲାବାଗ ଓ ଚାଷମା ଠାରେ ସିନ୍ଧୁ ନଦୀ ଫୁଲୁଥିବାରୁ କ୍ଷୟକ୍ଷତି ବଢିବା ଆଶଙ୍କା କରାଯାଇଛି। ପ୍ରଳୟଙ୍କରୀ ବନ୍ୟାରେ ପ୍ରାୟ ୩ହଜାର କିମି ରାସ୍ତା, ୧୫୦ରୁ ଅଧିକ ପୋଲ ନଷ୍ଟ ହୋଇଥିବା ପାକିସ୍ତାନ ବିପର୍ଯ୍ୟୟ ପରିଚାଳନା ଏଜେନ୍‌ସି ପକ୍ଷରୁ କୁହାଯାଇଛି। ବନ୍ୟା ପରିସ୍ଥିିତି ସଙ୍ଗୀନ ହୋଇପଡ଼ିଥିବା ବେଳେ ଅନ୍ତର୍ଜାତୀୟ ସହାୟତା ଲୋଡ଼ିଛି ପାକିସ୍ତାନ। ଆମେରିକା, ବ୍ରିଟେନ, ୟୁଏଅଇ ଓ ଅନ୍ୟ କିଛି ଦେଶ ମୌସୁମୀ ବିପର୍ଯ୍ୟୟ ସହାୟତା ପାଇଁ ଆଗେଇ ଆସିଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.