୨୦୩୦ ସୁଦ୍ଧା ମଙ୍ଗଳରେ ପହଞ୍ଚିବ ନାସା, ଚନ୍ଦ୍ର ହେବ ବେସ୍‌ କ୍ୟାମ୍ପ

ଜହ୍ନରେ ହେବ ଜନବସତି । ୫୦ ବର୍ଷ ପରେ ଆର୍ଟିମସ୍‌ ମିଶନ ଜରିଆରେ ଜହ୍ନକୁ ଫେରୁଛିି ନାସା । ଆମେରିକାର ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ୧୯୭୨ରେ ଶେଷ ଥର ଲାଗି ଚନ୍ଦ୍ରରେ ପାଦ ଦେଇଥିଲା ମଣିଷ। ମିଶନ ଥିଲା ଆପୋଲୋ-୧୭ । ତା ପରଠାରୁ ଜହ୍ନ ମୁହାଁ ହୋଇ ନଥିଲା ନାସା। ୧୯୭୨ ପରଠାରୁ ଆଉ କେହି ଚନ୍ଦ୍ରରେ ପାଦ ଦେଇ ନାହାନ୍ତି। ଏବେ ୫୦ ବର୍ଷ ପରେ ଜହ୍ନକୁ ଫେରୁଛି ନାସା।

ଆଜି ଫ୍ଲୋରିଡା କେନେଡି ସେଣ୍ଟରରୁ ଉତ୍‌କ୍ଷେପଣ ହେବ ସ୍ପେସ୍‌ ଲଞ୍ଚ ସିଷ୍ଟମ। ଆର୍ଟିମସର ପ୍ରଥମ ମିଶନରେ ମହାକାଶଚାରୀ ଯିବେ ନାହିଁ। ଲକ୍ଷ୍ୟ ରଖା ଯାଇଛି ଓରିନ ପୃଥିବୀ ପୃଷ୍ଠକୁ ଅକ୍ଟୋବର ୧୦ ତାରିଖରେ ଫେରିବ । କାଲିଫର୍ଣ୍ଣିଆର ସାନ୍‌ଡିଆଗୋ ନିକଟ’ ପ୍ରଶାନ୍ତ ମହାସାଗରରେ ଅବତରଣ କରିବ। ୨୦୨୪ରେ ରହିଛି ଆର୍ଟିମସ-୨ ମିଶନ । ସେତେବେଳେ ମହାକାଶଚାରୀଙ୍କୁ ଧରି ଚନ୍ଦ୍ରକୁ ଯିବ। ୨୦୨୫ରେ ଆର୍ଟିମସ-୩ ଅଭିଯାନରେ ମହାକାଶଚାରୀଙ୍କୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଯିବ। ଅର୍ଥାତ ୧୯୭୨ ପରେ ପ୍ରଥମ ଥର ଲାଗି ଚନ୍ଦ୍ରପୃଷ୍ଠରେ ପାଦ ଦେବ ମଣିଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.