ରେଳ ଫାଟକ ଭାଙ୍ଗି ଟ୍ରେନକୁ ଧକ୍କା ଦେଲା କାର, ଡ୍ରାଇଭର ମୃତ, ଜଣେ ଗୁରୁତର

ଶନିବାର ରାତି ୨ଟା ପାଖାପାଖି ସମୟରେ ଏକ ସ୍ୱିଫ୍ଟ କାର MP-65-C-3984 ରେଳ ଫାଟକ ଭାଙ୍ଗି ବିଳାସପୁରରୁ ଆସୁଥିବା ଟ୍ରେନ ନଂ ୨୦୮୦୭ ବିଶାଖାପାଟନମ ଅମୃତସର ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ସହିତ ଧକ୍କା ହୋଇଥିଲା । ଫଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲା ବିଳାସପୁର କଟଣୀ ରେଳ ଫାଟକ ସକାଳୁ ସକାଳୁ ଟ୍ରେନ ଏବଂ କାର୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ବିଶାଖାପାଟନମ୍-ଅମୃତସର ହୀରାକୁଦ ଏକ୍ସପ୍ରେସକୁ ପିଟିଛି ହାଇସ୍ପିଡ କାର୍ । ଅନୁପପୁରରେ ରେଲୱେ ଫାଟକ ଭାଙ୍ଗି ପଶିଯିବାରୁ କାରଟି ଟ୍ରେନକୁ ଟକ୍କର ଦେଇଛି । ଫଳରେ ଟ୍ରେନର ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଥିବା ଜାଣିବାକୁ ମିଳିଛି । କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ଖବର ମୁତାବକ, ଶନିବାର ରାତି ୨ଟା ପାଖାପାଖି ସମୟରେ ଏକ ସ୍ୱିଫ୍ଟ କାର MP-65-C-3984 ରେଳ ଫାଟକ ଭାଙ୍ଗି ବିଳାସପୁରରୁ ଆସୁଥିବା ଟ୍ରେନ ନଂ ୨୦୮୦୭ ବିଶାଖାପାଟନମ ଅମୃତସର ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ସହିତ ଧକ୍କା ହୋଇଥିଲା । ଫଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଅନୁପପୁର ରେଲେଓ୍ଵ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ତେବେ ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଏବଂ ଆହତ ଯୁବକ ମୋଜର ବେୟର ପାଓ୍ଵର ପ୍ଲାଣ୍ଟରେ କାମ କରୁଥିଲେ । ପ୍ୟାନ କାର୍ଡ ଏବଂ ଆଧାରକାର୍ଡରୁ ସେମାନଙ୍କ ପରିଚୟ ମିଳିଥିଲା । ପୋଲିସ ମୃତଦେହକୁ ଜବତ କରିଥିବା ବେଳେ ଆହତଙ୍କୁ ହସିପଟାଲରେ ଭର୍ତ୍ତି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.