Below header

ବିଜେପି ଛାଡ଼ିବାର ୨ ଘଣ୍ଟା ପରେ ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର । ନିଷ୍ଠାର ସହ ଦଳ ପାଇଁ କାମ କରିବା ପରେ ବି ଦଳରୁ ଟିକେଟ୍ ନମିଳିବାକୁ ନେଇ ସେ ଦଳ ଛାଡିଥିବା କହିଥିଲେ । ଆଜି ସକାଳେ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର ।  ନିଷ୍ଠାର ସହ ଦଳ ପାଇଁ କାମ କରିବା ପରେ ବି ଦଳରୁ ଟିକେଟ୍ ନମିଳିବାକୁ ନେଇ ସେ ଦଳ ଛାଡିଥିବା କହିଥିଲେ । ଆଜି ସକାଳେ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସୋସିଆଲ ମିଡିଆ ଜରିଆରେ ସେ ଦଳ ଛାଡିଥିବା ନେଇ ସୂଚନା ଦେଇଥିଲେ ।

ବିଜେଡିରେ ମିଶିବା ପରେ ଲେଖାଶ୍ରୀ କହିଛନ୍ତି, ପରିବର୍ତ୍ତନ ଯଦିଓ ସହଜ ନୁହେଁ କିନ୍ତୁ ନିରନ୍ତର ପ୍ରକ୍ରିୟା । ‘BJP ନେତୃତ୍ବଙ୍କ ବିଶ୍ବାସଭାଜନ ହୋଇ ନପାରିବାରୁ ଦଳ ଛାଡ଼ିଲି’ । ଖୋଲା ହୃଦୟରେ BJDରେ ସ୍ବାଗତ କରିଥିବାରୁ ଧନ୍ୟବାଦ’, ‘ଓଡ଼ିଶାର ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ପ୍ରଶଂସନୀୟ’, ‘ବିକାଶର ଏହି ଯାତ୍ରାରେ ଗୁଣ୍ଡୁଚି ମୂଷା ପରି କାମ କରିବି’ ଦଳ ଯେଉଁ କାମ, ଦାୟିତ୍ବ ଦେବ ନିର୍ବାହ କରିବି ବୋଲି କହିଛନ୍ତି ଲେଖାଶ୍ରୀ ।

୧୦ ବର୍ଷ ତଳେ ଅଧ୍ୟାପନା ଛାଡି ବିଜେପିରେ ଯୋଗ ଦେଇଥିଲେ ଲେଖାଶ୍ରୀ । ଦଳର ସେ ରାଜ୍ୟ ଉପସଭାପତି ସହ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ମୁଖ୍ୟ ଥିଲେ । ତେବେ ଲେଖାଶ୍ରୀ ଗତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ ବି ତାଙ୍କୁ ଟିକେଟ୍ ମିଳିନଥିଲା । ୨୦୨୪ ନିର୍ବାଚନ ପାଇଁ ମଧ୍ୟ ତାଙ୍କୁ ଦଳ ଟିକେଟ୍ ଦେଲାନାହିଁ । ଫଳରେ ସେ ଦଳ ଛାଡିଥିବା କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.