ଗ୍ରୀଷ୍ମ ଋତୁରେ ପ୍ରତିଦିନ ପିଅନ୍ତୁ ଅଁଳା ଜୁସ୍‌ ମିଳିବ ଅନେକ ଲାଭ, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଅଁଳାରେ ଭିଟାମିନ୍ C, ଟେନିନ୍, ଆମିନୋ ଏସିଡ୍ ଏବଂ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ଥାଏ ଯାହା କେଶକୁ ପୋଷଣ ଯୋଗାଇଥାଏ । ତେବେ ପ୍ରତିଦିନ ଅଁଳା ଜୁସ୍‌ ପିଇବା ଦ୍ୱାରା ହଜମ ଶକ୍ତି ମଜବୁତ ହୋଇଥାଏ, ସ୍କିନ୍‌ରେ ଚମକ ଆସିଥାଏ ଏବଂ କେଶରେ ଚମକ ଆସିବା ଭଳି ଅନେକ ଲାଭ ମିଳିଥାଏ । ଏହା ବ୍ୟତୀତ ଏହାକୁ ପିଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ ।

ଅଁଳାରେ ଅନେକ ଔଷଧୀୟ ଗୁଣ ମିଳିଥାଏ । ଆପଣ ଏହାକୁ ଆଚାରରେ ମିଶାଇ କିମ୍ବା ଜୁସ୍‌ ଆକାରରେ ମଧ୍ୟ ଖାଇପାରିବେ । ଏହା ଅନେକ ଔଷଧ ତିଆରିରେ ମଧ୍ୟ ବ୍ୟବହୃତ ହୋଇଥାଏ । ଅଁଳା କେବଳ ରକ୍ତକୁ ସଫା କରିନଥାଏ ବରଂ ଡାଇଭେଟିସ୍‌, ଜଣ୍ଡିସ, ଏସିଡିଟି ଏବଂ ଏନିମିୟା ସମସ୍ୟାରେ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଅଁଳାରେ ଭିଟାମିନ୍ C, ଟେନିନ୍, ଆମିନୋ ଏସିଡ୍ ଏବଂ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ଥାଏ ଯାହା କେଶକୁ ପୋଷଣ ଯୋଗାଇଥାଏ । ତେବେ ପ୍ରତିଦିନ ଅଁଳା ଜୁସ୍‌ ପିଇବା ଦ୍ୱାରା ହଜମ ଶକ୍ତି ମଜବୁତ ହୋଇଥାଏ, ସ୍କିନ୍‌ରେ ଚମକ ଆସିଥାଏ ଏବଂ କେଶରେ ଚମକ ଆସିବା ଭଳି ଅନେକ ଲାଭ ମିଳିଥାଏ । ଏହା ବ୍ୟତୀତ ଏହାକୁ ପିଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଯେପରି ଖାଲି ପେଟରେ ସକାଳେ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ, ଓଜନ କମ୍‌ କରିଥାଏ ଏବଂ ଶରୀରକୁ ଅନେକ ପ୍ରକାରର ଇନ୍‌ଫେକ୍ସନ୍‌ରୁ ଦୂରେଇ ରଖେ । ଆପଣ ଯେକୌଣସି ଜୁସ୍ ଦୋକାନରେ ସହଜରେ ଅଁଳା ଜୁସ୍‌ ପାଇବେ । ତେବେ ଯଦି ଆପଣ ଘରେ ଅଁଳା ଜୁସ୍‌ ତିଆରି କରିବାକୁ ଚାହୁଁଛନ୍ତି, ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ସେହି ବିଷୟରେ କିଛି ବିଶେଷ କଥା ଜଣାଇବୁ । ଯାହାଦ୍ୱାରା ଆପଣ ସହଜରେ ଘରେ ଅଁଳା ଜୁସ୍‌ ପ୍ରସ୍ତୁତ କରିପାରିବେ ।

ଅଁଳା ଜୁସ୍ ତିିଆରି କରିବାର ଉପାଦାନ :
ଏହି ଅଁଳା ଜୁସ୍‌ ତିଆରି କରିବା ପାଇଁ ଆପଣଙ୍କୁ ୪ଟି ଅଁଳା, ୪ ଚାମଚ ଲୁଣ, ୪ ଚାମଚ ଚିନି, ଅଳ୍ପ ମରିଚ, ଚାଟ୍‌ ମସଲା ଏବଂ କିଛି ବରଫ କ୍ୟୁବ୍ । ତେବେ ଏହି ସମସ୍ତ ଜିନିଷକୁ ମିଶାଇ ଆପଣ ଘରେ ଅଁଳା ଜୁସ୍‌ ତିଆରି କରିପାରିବେ ।

ଅଁଳା ଜୁସ୍‌ ତିଆରି କରିବାର ରେସିପି :
ସର୍ବପ୍ରଥମେ ଅଁଳାକୁ ଭଲ ଭାବରେ ଧୋଇ ଦିଅନ୍ତୁ, ତାପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାର ମଞ୍ଜି ବାହାର କରିଦିଅନ୍ତୁ । ଏହା ପରେ ମିକ୍ସର୍ରେ ମରିଚ ଗୁଣ୍ଡ, ଚାଟ୍ ମସାଲା, ଏକ ଗ୍ଲାସ୍ ପାଣି ଏବଂ ଆମଲା ଖଣ୍ଡ ମିଶାଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ । ଯେତେବେଳେ ଏହାର ଏକ ପେଷ୍ଟ ହୋଇଯିବ, ସେଥିରେ ଲୁଣ ଏବଂ ଚିନି ମିଶାଇ ଏକ ଷ୍ଟ୍ରେନର୍ ସହିତ ଭଲ ଭାବରେ ଛାଣି ଦିଅନ୍ତୁ । ଏହାପରେ ଏହାକୁ ଏକ ଗ୍ଲାସରେ ବାହାର କରିଦିଅନ୍ତୁ ଏବଂ ସେଥିରେ ବରଫ କ୍ୟୁବ୍ ମିଶାଇ ପିଅନ୍ତୁ । ତେବେ ଆପଣ ଏହି ଜୁସ୍‌କୁ ପ୍ରତିଦିନ ପିଅନ୍ତୁ, ଦେଖିବେ ଏଥିରୁ ଅନେକ ଫାଇଦା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.